ନିଶା ବେପାରୀଙ୍କ ଘର ଭାଙ୍ଗିଲା ପୋଲିସ

ଭୁବନେଶ୍ବର ସାଲିଆ ସାହି ଆଦିବାସୀ ଗାଁର ନିଶା ବେପାରୀ ଦିଲ୍ଲୀପ ବରାଳଙ୍କ ଘର ଭାଙ୍ଗି ମାଟିରେ ମିଶାଇ ଦେଇଛି ପୋଲିସ । ଚାହା ଦୋକାନ ନାଁରେ କରୁଥିଲା ନିଶା ବେପାର ।

ଭୁବନେଶ୍ୱର: ଅପରାଧ ଓ ଅପରାଧିଙ୍କୁ କାର୍ଯ୍ୟାକଳାପକୁ ପ୍ରତିହତ ବା ରୋକ ଲଗାଇବାରେ ପୋଲିସ ଆକ୍ସନ ମୁଡକୁ ଆସିଛି । ନିଶା ବେପାରୀଙ୍କ ଉପଦ୍ରବ ରୋକିବାକୁ ମଧ୍ୟ ବଡ ପ୍ଲାନ ଆରମ୍ଭ କରିଛି କମିଶନରେଟ୍ ପୋଲିସ । ନିଶା ବେପାରୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ଘରକୁ ମାଟିରେ ମିଶାଇବା ଆରମ୍ଭ କରିଛି ପୋଲିସ । ନିଶା ବେପାରୀର ଘର ଉପରେ ବୁଲଡୋଜର ଚଢେଇ ଭଙ୍ଗାଯାଇଛି। ଭୁବନେଶ୍ବର ସାଲିଆ ସାହି ଆଦିବାସୀ ଗାଁର ନିଶା ବେପାରୀ ଦିଲ୍ଲୀପ ବରାଳଙ୍କ ଘର ଭାଙ୍ଗି ମାଟିରେ ମିଶାଇ ଦେଇଛି ପୋଲିସ । ଚାହା ଦୋକାନ ନାଁରେ କରୁଥିଲା ନିଶା ବେପାର ।

drugs

ଶୁକ୍ରବାର ନିଶା ବେପାରୀ ଦିଲ୍ଲୀପ ବରାଳ ଓ ତାଙ୍କ ପତ୍ନୀକୁ ଗିରଫ କରିଥିଲା ନୟାପଲ୍ଲୀ ଥାନା ପୋଲିସ । ଦୁଇ ଜଣଙ୍କ ଠାରୁ 6 ଗ୍ରାମ ବ୍ରାଉନସୁଗାର, ନଗଦ 5 ହଜାର ଟଙ୍କା ଓ ଗୋଟିଏ କାର ଜବତ କରିଥିଲା ପୋଲିସ ।

ଆଗାମୀ ଦିନରେ ଏ ଅଭିଯାନକୁ ଜୋରଦାର କରିବ ପୋଲିସ । ଚଳିତ ବର୍ଷ 6 ମାସରେ 670 ଗ୍ରାମ ବ୍ରାଉନ ସୁଗାର, 67 ଲକ୍ଷ ଟଙ୍କା ଜବତ କରିଥିବା ବେଳେ 15 ରୁ ଅଧିକ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଉତ୍ତରପ୍ରଦେଶ ସରକାର ଯେପରି ଉପଦ୍ରବୀ ଏବଂ ଦଙ୍ଗାକାରୀଙ୍ଗ ଘର ଉପରେ ବୁଲ ଡୋଜର ଚଳାଇଛି ଓଡ଼ିଶାରେ ସେପରି ବେଆଇନ ନିଶା ବ୍ୟବସାୟୀଙ୍କ ଘରେ ବୁଲିବା ଆରମ୍ଭ ହୋଇଛି ବୁଲ ଡୋଜର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+