Get Updates
Get notified of breaking news, exclusive insights, and must-see stories!

୧୨୦ ଘଣ୍ଟାର 'ଅପରେସନ ହାଇଦର': ଜାଣନ୍ତୁ, ପୋଲିସ ପଞ୍ଝାକୁ ଆସିଲା ଗ୍ୟାଙ୍ଗଷ୍ଟାର

ଗାଙ୍ଗଷ୍ଟର ହାଇଦର ଗିରଫ ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ପ୍ରେସମିଟ । ୧୨୦ ଘଣ୍ଟାର ଅପରେସନ ପରେ ତେଲେଙ୍ଗାନାରୁ ଗିରଫ କରାଯାଇଛି କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦରକୁ ।

କଟକ: ଗାଙ୍ଗଷ୍ଟର ହାଇଦର ଗିରଫ ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ପ୍ରେସମିଟ । କଟକ ପୋଲିସକୁ ପ୍ରଶଂସା କଲେ ପୋଲିସ କମିଶନର । ୧୨୦ ଘଣ୍ଟାର ଅପରେସନ ପରେ ତେଲେଙ୍ଗାନାରୁ ଗିରଫ କରାଯାଇଛି କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦରକୁ ।

Police Commissioner

ସିପି କହିଛନ୍ତି, ଏପ୍ରିଲ ୧୦ତାରିଖ ଅପରାହ୍ଣ ୪ଟାରୁ ଏସସିବିରୁ ଫେରାର ହୋଇଥିଲା । ସନ୍ଧ୍ୟା ୭ଟା ପରେ କମିଶନରେଟ ପୋଲିସକୁ ଖବର ମିଳିଥିଲା । ଆନ୍ଧ୍ର, ତେଲେଙ୍ଗାନାକୁ ହାଇଦର ଯାଇଥିବା ସୂଚନା ମିଳିଥିଲା। ଟେକ୍ନିକାଲ ସର୍ଭେଲାନ୍ସରୁ ଏହି ତଥ୍ୟ ମିଳିଥିଲା। ପୁରୁଣା କଣ୍ଟାକ୍ଟକୁ ଟ୍ରେସିଂ କରାଯାଇଥିଲା। ଏସସିବିରୁ ବାଇକ୍ ଯୋଗେ ଫେରାର୍ ହୋଇଥିଲା ହାଇଦର୍। ପରେ ଗୋଟିଏ କାର୍ ଯୋଗେ ସିଧାସଳଖ ସେ ତେଲେଙ୍ଗାନା ଯାଇଥିଲା। ହାଇଦରର ସହଯୋଗୀ ୟାକୁବକୁ ଗିରଫ କରାଯାଇ ପଚରାଉଚୁରା କରାଯାଇଥିଲା। ଆଇଆଇସି ବାଦାମବାଡି ଓ ଆଇଆଇସି ଚାଉଳିଆଗଞ୍ଜଙ୍କ ନେତୃତ୍ଵରେ ୨ଟି ଟିମ୍ ତେଲେଙ୍ଗାନା ପଠାଯାଇଥିଲା। ଆନ୍ଧ୍ର, ତେଲେଙ୍ଗାନାକୁ ଏକ ସ୍ଵତନ୍ତ୍ର ଟିମ୍ ପଠାଯାଇଥିଲା। ଅନ୍ୟ ଟିମ୍ ମହାରାଷ୍ଟ୍ର ଓ ଝାରଖଣ୍ଡକୁ ପଠାଯାଇଥିଲା।

ସେ କହିଛନ୍ତି, ଗତକାଲି ହାଇଦ୍ରାବାଦର ସିଙ୍ଗାରେଡିରୁ ହାଇଦରକୁ ଗିରଫ କରାଯାଇଥିଲା। ତେଲେଙ୍ଗାନା ପୋଲିସର ସହାୟତାରେ ହାଇଦରକୁ ଗିରଫ କରାଯାଇଛି। ହାଇଦର ସହ ଲିଙ୍କରେ ଥିବା ୭ ଜଣଙ୍କୁ ପଚରାଉଚୁରା କରାଯାଉଛି। ଆଗାମୀ ଦିନରେ ହାଇଦରକୁ ରିମାଣ୍ଡରେ ଆଣି ଆହୁରି ଅଧିକ ତଥ୍ୟ ବାହାର କରାଯିବ। ୩୨୮ ଦଫା , ନିଶା ଦେଇ ଫେରାର ହେବା ୨୨୪ ଦଫା , ଫେରାର ହୋଇଯିବା , (୧୨୦ ବି ) ଅପରାଧିକ ଷଡ଼ଯନ୍ତ୍ର ଏହି ଆଧାରରେ ସାନି ମାମଲା ଦାଏର ହେବ। ଅପର ପକ୍ଷରେ ହାଇଦରକୁ ଖସିବା ପାଇଁ କିଏ ସାହାଯ୍ୟ କରିଥିଲା ଓ କାହାର ଭୂମିକା ରହିଛି ସେନେଇ ତଦନ୍ତ ହେବ ବୋଲି ସିପି କହିଛନ୍ତି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+