ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହେବାରେ କାହାର ଥିଲା ହାତ, ପଚରାଉଚରା କରିବ ପୋଲିସ
ହାଇଦରକୁ କୋର୍ଟରେ ହାଜର ପରେ ରିମାଣ୍ଡରେ ଅଣାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଗତକାଲି ତେଲେଙ୍ଗାନା ପୋଲିସର ସହାୟତାରେ ସାଙ୍ଗାରେଡ୍ଡିରୁ ହାଇଦରକୁ ଗିରଫ କରାଯାଇଥିଲା ।
କଟକ: ହାଇଦରକୁ କୋର୍ଟରେ ହାଜର ପରେ ରିମାଣ୍ଡରେ ଅଣାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଗତକାଲି ତେଲେଙ୍ଗାନା ପୋଲିସର ସହାୟତାରେ ସାଙ୍ଗାରେଡ୍ଡିରୁ ହାଇଦରକୁ ଗିରଫ କରାଯାଇଥିଲା । ବାଇକରେ ଯାଉଥିବା ବେଳେ ମାଡି ବସିଥିଲା ପୋଲିସ ।

ଭୁବନେଶ୍ୱରରେ ପହଞ୍ଚିବା ପରେ କୋର୍ଟରେ ହାଇଦରକୁ ହାଜର କରାଯିବ । ସେ କିଭଳି ଏସସିବିରୁ ଖସିଲା, ଏହା ପଛରେ କାହାର ହାତ ରହିଛି, ଷଡଯନ୍ତ୍ର ହୋଇଥିଲା କି ସେ ନେଇ ପଚରାଉଚରା କରିବ ପୋଲିସ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହାଇଦରକୁ ଖସାଇବାରେ କଟକ ଯୋବ୍ରାରୁ ହୋଇଥିଲା ଯୋଜନା । ହାଇଦରକୁ ଦେଖିବା ପରେ ମାଡି ବସିଥିଲା ତେଲେଙ୍ଗାନା ଟାସ୍କଫୋର୍ସ । ପାଟ୍ରୋଲିଂ କଡାକଡି କରିବା ସହ ସମସ୍ତ ପୋଲିସ ଆଲର୍ଟ ରହିଥିଲେ ।
୧୨୦ ଘଣ୍ଟାର ଅପରେସନ ପରେ ତେଲେଙ୍ଗାନାରୁ ଗିରଫ କରାଯାଇଛି କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦରକୁ । ଏପ୍ରିଲ ୧୦ତାରିଖ ଅପରାହ୍ଣ ୪ଟାରୁ ଏସସିବିରୁ ଫେରାର ହୋଇଥିଲା । ସୁରକ୍ଷାକର୍ମୀଙ୍କୁ ବେହୋସ୍ କରି ଫେରାର ହୋଇଯାଇଥିଲା । ଗ୍ୟାଙ୍ଗଷ୍ଟରକୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା ଓଡ଼ିଶା ପୋଲିସ । ୫ ଦିନ ପରେ ହାଇଦରକୁ ଧରିବାରେ ସଫଳ ହୋଇଛି ପୋଲିସ ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications