Crime News: ଯୌତୁକ ପାଇଁ ନବବଧୂକୁ ଦେଲେ ବିଷ !
Odisha Crime News: ପ୍ରାୟତଃ ପ୍ରତ୍ୟକେ ଦିନ ଯୌତୁକ ନିର୍ଜାତନା ମାମଲା ପ୍ରକାଶ ପାଇଥାଏ । ବର୍ତ୍ତମାନ ବିନିକାରୁ ଏପରି ଖବର ରହିଛି । ଯେଉଁଠି ଯୌତୁକ ପାଇଁ ନବବଧୂକୁ ବିଷ ଦେଇ ହତ୍ୟା କରାଯାଇଥିବା ନେଇ ଦାବି କରାଯାଇଛି । ବିନିକା ଥାନା ଚରଦା ଗାଁରେ ଏପରି ଘଟଣା ଘଟିଛି । ଯାହା ପରେ ନବବଧୂଙ୍କ ପରିବାର ପକ୍ଷରୁ ଥାନାରେ ଏକ ମାମଲା ରୁଜୁ କରାଯାଇଛି ।

ତେବେ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ଜଣଙ୍କର ମୃତ୍ୟୁ ଘଟିଛି ଯାହା ପରେ ଦୁଇ ପରିବାର ମଧ୍ୟ ଉତ୍ତେଜନା ସୃଷ୍ଟି ହୋଇଛି । ବିନିକା ଥାନାରେ ଏକି ଲିଖିତ ଅଭିଯୋଗ ଦେଇଛନ୍ତି ନବବଧୂଙ୍କ ମା' । ନବବଧୂଙ୍କ ହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି ହୋଇଛି । ବର୍ତ୍ତମାନ ପରିବାର ପକ୍ଷରୁ କୌଣସି ବିବୃତ୍ତି ଜାରି କରାଯାଇ ନାହିଁ । ତେବେ କେଉଁ ପରି ସ୍ଥିତିରେ ଏପରି ଘଟଣା ଘଟିଛି ତାହା ମଧ୍ୟ ସ୍ପଷ୍ଟ ହୋଇ ପାରି ନାହିଁ ।












Click it and Unblock the Notifications