ଯୁକ୍ତ ଦୁଇ ଛାତ୍ରୀଙ୍କ ତଣ୍ଟି କାଟି ହତ୍ୟା; ଦୁର୍ବୃତ୍ତ ଫେରାର୍
ବଲାଙ୍ଗିର: ଜଣେ ନାବାଳିକାଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ନିଖିଲ ନଗରରେ। ନାବାଳିକା ଜଣଙ୍କ ଯୁକ୍ତ ଦୁଇ ପଢ଼ୁଥିଲେ ।

ଘରେ କେହି ନଥିବା ବେଳେ ଏଭଳି କାଣ୍ତ ଭିଆଇଛି ଦୁର୍ବୃତ୍ତ । ହତ୍ୟାକାଣ୍ଡ ଘଟାଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି ଦୁର୍ବୃତ୍ତ । ତେବେ ବାପାମା' ଘରେ ଆସି ପହଞ୍ଚିବା ପରେ ଝିଅର ରକ୍ତାକ୍ତ ମୃତଦେହ ଘରେ ପଡ଼ିଥିବା ଦେଖିଥିଲେ । ଏନେଇ ସେମାନେ ପାଖ ପଡୋଶୀଙ୍କୁ ପଚରାଉଚରା କରିବା ସହ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
ନାବାଳିକାଙ୍କୁ କିଏ ହତ୍ୟା କଲା, କାହିଁକି ହତ୍ୟା କଲା ତାର କାରଣ ଜଣାପଡ଼ି ନାହିଁ । ପୂର୍ବ ଶତ୍ରୁତା ଥିଲା ନା ଆଉ କିଛି କାରଣ ଅଛି ଜଣାପଡ଼ିନାହିଁ ।












Click it and Unblock the Notifications