ଘର ଭିତରକୁ ମାଡିଗଲା ପିକଅପ୍ ଭ୍ୟାନ : ଦୁଇ ଶିଶୁ ମୃତ
ରାସ୍ତା କଡରେ ଥିବା ଏକ ଘର ଭିତରକୁ ପିକଅପ୍ ଭ୍ୟାନ ମାଡ଼ି ଯିବାରୁ ଘଟଣାସ୍ଥଳରେ ଦୁଇ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ 4 ଜଣ ଗୁରୁତର ଆହତ ହୋଇଛନ୍ତି
ନବରଙ୍ଗପୁର : ରାସ୍ତା କଡରେ ଥିବା ଏକ ଘର ଭିତରକୁ ପିକଅପ୍ ଭ୍ୟାନ ମାଡ଼ି ଯିବାରୁ ଘଟଣାସ୍ଥଳରେ ଦୁଇ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ 4 ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଝାରବାହାଲ ଗାଁର ରାସ୍ତା କଡରେ ଏକ ଘର ଥିଲା । ଆଜି ସକାଳେ ସେହି ରାସ୍ତା ଦେଇ ଦୃତଗତିରେ ଯାଉଥିବା ପିକଅପ୍ ଭ୍ୟାନଟି ଉକ୍ତ ଘର ଭିତରକୁ ମାଡି ଯାଇଥିଲା । ଯେଉଁଥିରେ ସେହି ଘରେ ଥିବା ଦୁଇ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିଲା ।












Click it and Unblock the Notifications