ତଦନ୍ତ ପୂର୍ବରୁ ବୋଥ୍ରାଙ୍କୁ ଖୋଜୁଥିଲା ଅଭିଯୁକ୍ତ
ସେ କହିଛନ୍ତି, 'ମୁଁ ଯେତିକି ସରୋଜ ବିଷୟରେ ଜାଣିଥିଲି, ତା’ଠାରୁ ବେଶୀ ସେ ମୋ ବିଷୟରେ ଜାଣିଥିଲା।'
ନୟାଗଡ: ଖୋଲିବାରେ ଲାଗିଛି ଯଦୁପୁର ନାବାଳିକା ପରୀ ହତ୍ୟା ମାମଲା ଗୋଟିଏ ଗୋଟିଏ ଗୁମର । ଇତିମଧ୍ୟରେ ଆଜି ପୀଡିତାର ଗାଁରେ କ୍ରାଇମ ସିନର ରିକ୍ରିଏସନ କରିବା ସମୟରେ ଆଉ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ସେ କହିଛନ୍ତି, 'ମୁଁ ଯେତିକି ସରୋଜ ବିଷୟରେ ଜାଣିଥିଲି, ତା'ଠାରୁ ବେଶୀ ସେ ମୋ ବିଷୟରେ ଜାଣିଥିଲା।'

'ସେ ମୋ ବିଷୟରେ ଗୁଗୁଲରେ ତଥ୍ୟ ସଂଗ୍ରହ କରିଥିଲା। କେବଳ ସେତିକି ନୁହେଁ ସରୋଜ ପୁଲିସର ତଦନ୍ତକୁ ଟ୍ରାକିଂ କରୁଥିଲା। ଏସଆଇଟି ତଦନ୍ତ ନେଇ ନିୟମିତ ନ୍ୟୁଜ ମଧ୍ୟ ଦେଖୁଥିଲା' ବୋଲି କହିଛନ୍ତି ବୋଥ୍ରା ।
ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ତଦନ୍ତ କରୁଛୁ, ସବୁ କଥା ଜଣାପଡିବ। ପରିବାର ସଦସ୍ୟ ଏ ସମ୍ପର୍କରେ କେବେ ଜାଣିଥିଲେ ତାହାର ତଦନ୍ତ ଚାଲିଛି। ସେହିପରି ପରୀ ମୃତଦେହର କିଛି ହାଡ଼ ନଥିବା ଖବରକୁ ଅସ୍ୱୀକାର କରିଛନ୍ତି ବୋଥ୍ରା । ଡିଏନ୍ଏରୁ ଜଣାପଡ଼ିଥିଲା ତାହା ପରୀର କଙ୍କାଳ ବୋଲି । ମୃତଦେହର ଡିଏନଏ ନେବା ପାଇଁ କିଛି ହାଡ଼ ନିଆଯାଇଥିଲା । ସେହି ହାଡ଼ ଡିଏନ୍ଏ ପାଇଁ ଲାବରେଟୋରୀ ପଠାଯାଇଥିଲା । ଲାବରେଟୋରୀରେ ସେହି ହାଡ଼ ସବୁ ମହଜୁଦ ଅଛି । ତେବେ ଏଯାଏ ତଦନ୍ତ ସରିନାହିଁ ବୋଲି ବୋଥ୍ରା କହିଛନ୍ତି ।












Click it and Unblock the Notifications