For Quick Alerts
Turn On Notification  
For Daily Alerts
Oneindia App Download

'ପରୀ ହତ୍ୟାକାଣ୍ଡ ସମ୍ପର୍କରେ ଜାଣିଥିଲେ ପରିବାର ଲୋକେ'

ଆଜି ପୀଡିତାର ଗାଁରେ କ୍ରାଇମ ସିନର ରିକ୍ରିଏସନ କରିବା ସମୟରେ ଆଉ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ପରୀ ହତ୍ୟାକାଣ୍ଡ ସମ୍ପର୍କରେ ଅଭିଯୁକ୍ତ ସରୋଜ ସେଠୀର ପରିବାର ଲୋକେ ଜାଣିଥିବା କହିଛନ୍ତି ବୋଥ୍ରା ।

|

ନୟାଗଡ: ଯଦୁପୁର ଶିଶୁ କନ୍ୟା ପରୀ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସାମ୍ନାକୁ ଆସିବାରେ ଲାଗିଛି ନୂଆ ନୂଆ ତଥ୍ୟ । ଇତିମଧ୍ୟରେ ଆଜି ପୀଡିତାର ଗାଁରେ କ୍ରାଇମ ସିନର ରିକ୍ରିଏସନ କରିବା ସମୟରେ ଆଉ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ପରୀ ହତ୍ୟାକାଣ୍ଡ ସମ୍ପର୍କରେ ଅଭିଯୁକ୍ତ ସରୋଜ ସେଠୀର ପରିବାର ଲୋକେ ଜାଣିଥିବା କହିଛନ୍ତି ବୋଥ୍ରା ।

Pari Murder Case

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ତଦନ୍ତ କରୁଛୁ, ସବୁ କଥା ଜଣାପଡିବ। ପରିବାର ସଦସ୍ୟ ଏ ସମ୍ପର୍କରେ କେବେ ଜାଣିଥିଲେ ତାହାର ତଦନ୍ତ ଚାଲିଛି। ସେହିପରି ପରୀ ମୃତଦେହର କିଛି ହାଡ଼ ନଥିବା ଖବରକୁ ଅସ୍ୱୀକାର କରିଛନ୍ତି ବୋଥ୍ରା । ଡିଏନ୍‌ଏରୁ ଜଣାପଡ଼ିଥିଲା ତାହା ପରୀର କଙ୍କାଳ ବୋଲି । ମୃତଦେହର ଡିଏନଏ ନେବା ପାଇଁ କିଛି ହାଡ଼ ନିଆଯାଇଥିଲା । ସେହି ହାଡ଼ ଡିଏନ୍‌ଏ ପାଇଁ ଲାବରେଟୋରୀ ପଠାଯାଇଥିଲା । ଲାବରେଟୋରୀରେ ସେହି ହାଡ଼ ସବୁ ମହଜୁଦ ଅଛି । ତେବେ ଏଯାଏ ତଦନ୍ତ ସରିନାହିଁ ବୋଲି ବୋଥ୍ରା କହିଛନ୍ତି ।

ଲେଗିଙ୍ଗ୍‌ସରେ ଦାଗ ଅଛି କି ନାହିଁ ତା'ର ତଦନ୍ତ ହେବ । ଲେଗିଙ୍ଗ୍ସକୁ ପରୀକ୍ଷା ପାଇଁ ପଠାଯାଇଛି । ଜବତ ଗାମୁଛାରେ ରକ୍ତ ଦାଗ ଲାଗିଛି । ସେହି ରକ୍ତ ଲାବରେଟୋରୀରେ ଯାଞ୍ଚ ହେବ । ଯାଞ୍ଚ ପରେ ଅଭିଯୁକ୍ତ କଥାର ସତ୍ୟତା ଜଣାପଡ଼ିବ । ହତ୍ୟା ମାମଲାରେ ଅଙ୍ଗ ତସ୍କରୀକୁ ପୁଣି ଥରେ ଅସ୍ୱୀକାର କରିଛନ୍ତି ବୋଥ୍ରା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Pari Murder Case: Saroj Family Knew the Whole Story Said SIT Chief Arun Bothra
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X