Get Updates
Get notified of breaking news, exclusive insights, and must-see stories!

'ପରୀ ହତ୍ୟାକାଣ୍ଡ ସମ୍ପର୍କରେ ଜାଣିଥିଲେ ପରିବାର ଲୋକେ'

ଆଜି ପୀଡିତାର ଗାଁରେ କ୍ରାଇମ ସିନର ରିକ୍ରିଏସନ କରିବା ସମୟରେ ଆଉ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ପରୀ ହତ୍ୟାକାଣ୍ଡ ସମ୍ପର୍କରେ ଅଭିଯୁକ୍ତ ସରୋଜ ସେଠୀର ପରିବାର ଲୋକେ ଜାଣିଥିବା କହିଛନ୍ତି ବୋଥ୍ରା ।

ନୟାଗଡ: ଯଦୁପୁର ଶିଶୁ କନ୍ୟା ପରୀ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସାମ୍ନାକୁ ଆସିବାରେ ଲାଗିଛି ନୂଆ ନୂଆ ତଥ୍ୟ । ଇତିମଧ୍ୟରେ ଆଜି ପୀଡିତାର ଗାଁରେ କ୍ରାଇମ ସିନର ରିକ୍ରିଏସନ କରିବା ସମୟରେ ଆଉ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ପରୀ ହତ୍ୟାକାଣ୍ଡ ସମ୍ପର୍କରେ ଅଭିଯୁକ୍ତ ସରୋଜ ସେଠୀର ପରିବାର ଲୋକେ ଜାଣିଥିବା କହିଛନ୍ତି ବୋଥ୍ରା ।

Pari Murder Case

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ତଦନ୍ତ କରୁଛୁ, ସବୁ କଥା ଜଣାପଡିବ। ପରିବାର ସଦସ୍ୟ ଏ ସମ୍ପର୍କରେ କେବେ ଜାଣିଥିଲେ ତାହାର ତଦନ୍ତ ଚାଲିଛି। ସେହିପରି ପରୀ ମୃତଦେହର କିଛି ହାଡ଼ ନଥିବା ଖବରକୁ ଅସ୍ୱୀକାର କରିଛନ୍ତି ବୋଥ୍ରା । ଡିଏନ୍‌ଏରୁ ଜଣାପଡ଼ିଥିଲା ତାହା ପରୀର କଙ୍କାଳ ବୋଲି । ମୃତଦେହର ଡିଏନଏ ନେବା ପାଇଁ କିଛି ହାଡ଼ ନିଆଯାଇଥିଲା । ସେହି ହାଡ଼ ଡିଏନ୍‌ଏ ପାଇଁ ଲାବରେଟୋରୀ ପଠାଯାଇଥିଲା । ଲାବରେଟୋରୀରେ ସେହି ହାଡ଼ ସବୁ ମହଜୁଦ ଅଛି । ତେବେ ଏଯାଏ ତଦନ୍ତ ସରିନାହିଁ ବୋଲି ବୋଥ୍ରା କହିଛନ୍ତି ।

ଲେଗିଙ୍ଗ୍‌ସରେ ଦାଗ ଅଛି କି ନାହିଁ ତା'ର ତଦନ୍ତ ହେବ । ଲେଗିଙ୍ଗ୍ସକୁ ପରୀକ୍ଷା ପାଇଁ ପଠାଯାଇଛି । ଜବତ ଗାମୁଛାରେ ରକ୍ତ ଦାଗ ଲାଗିଛି । ସେହି ରକ୍ତ ଲାବରେଟୋରୀରେ ଯାଞ୍ଚ ହେବ । ଯାଞ୍ଚ ପରେ ଅଭିଯୁକ୍ତ କଥାର ସତ୍ୟତା ଜଣାପଡ଼ିବ । ହତ୍ୟା ମାମଲାରେ ଅଙ୍ଗ ତସ୍କରୀକୁ ପୁଣି ଥରେ ଅସ୍ୱୀକାର କରିଛନ୍ତି ବୋଥ୍ରା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+