ପରୀ ହତ୍ୟାକାଣ୍ଡ: ‘ନଡ଼ିଆ ବାଉଙ୍ଗାର ହେବ ଡିଏନ୍ଏ ଟେଷ୍ଟ’
ଗଣମାଧ୍ୟମ ସମ୍ମୁଖରେ ପରୀ ହତ୍ୟାକାଣ୍ଡ ବଖାଣିଛନ୍ତି ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା ।
ଭୁବନେଶ୍ୱର: ଗଣମାଧ୍ୟମ ସମ୍ମୁଖରେ ପରୀ ହତ୍ୟାକାଣ୍ଡ ବଖାଣିଛନ୍ତି ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା । ସେ କହିଛନ୍ତି, ହତ୍ୟା ପରେ ମୃତଦେହକୁ ଏକ ବସ୍ତା ଭିତରେ ପୂରାଇ ସରୋଜ ତା' ଘରଠୁ ୧୦ ମିଟର ଦୂରରେ ଥିବା ପୋଖରୀରେ ଫୋପାଡ଼ି ଦେଇଥିଲା। ହେଲେ ମୃତଦେହକୁ ନେବା ବେଳେ ଯେପରି ଅନ୍ୟ କେହି ସନ୍ଦେହ ନ କରନ୍ତି, ସେଥିନିମନ୍ତେ ସେ ନିଜ ବାଡ଼ିରେ ପଡ଼ିଥିବା କିଛି ନଡ଼ିଆ ବାଉଙ୍ଗାକୁ ମଧ୍ୟ ସାଥିରେ ନେଇଥିଲା। ଭାବିଥିଲା, ଯଦି କିଏ ଦେଖିବ ନଡ଼ିଆ ବାଉଙ୍ଗା ଫୋପାଡ଼ିବାକୁ ଯାଉଥିବା କହିଦେବ।
ଏହାପରେ ଘଟଣାର ଖୋଳତାଡ଼ ବେଳେ ପୋଖରୀରୁ ବସ୍ତା ନିକଟରୁ କିଛି ନଡ଼ିଆ ବାଉଙ୍ଗା ମଧ୍ୟ ମିଳିଥିବା କହିଛନ୍ତି ଅରୁଣ ବୋଥ୍ରା। ଉକ୍ତ ଅଞ୍ଚଳରେ ପାଖାପାଖି ବେଶି ନଡ଼ିଆ ଗଛ ନ ଥିବା ବେଳେ ସରୋଜ ଘରେ କିନ୍ତୁ ଏହି ଗଛ ରହିଛି।

ତେଣୁ ଉକ୍ତ ବାଉଙ୍ଗା ସରୋଜ ଘର ନଡ଼ିଆ ଗଛର ବାଉଙ୍ଗା ନା ଅନ୍ୟ କେଉଁ ଗଛର ତାହାର ହେବ ଡିଏନ୍ଏ ଟେଷ୍ଟ। ଏଥିନିମନ୍ତେ ଓଡ଼ିଶାରେ କିଛି ବ୍ୟବସ୍ଥା ନ ଥିବା ବେଳେ ହାଇଦ୍ରାବାଦ ଓ ନୂଆଦିଲ୍ଲୀରେ ୨ଟି ସଂସ୍ଥାକୁ ଏଥିନିମନ୍ତେ କାମ କରୁଛନ୍ତି। ଆମେ ଉକ୍ତ ୨ ସଂସ୍ଥାକୁ ନିବେଦନ କରିଛୁ ବୋଲି କହିଛନ୍ତି ଅରୁଣ ବୋଥ୍ରା ।












Click it and Unblock the Notifications