ପରୀ ହତ୍ୟା ମାମଲା : ନୟାଗଡ଼ ଜିଲ୍ଲାପାଳ ଏବଂ ଏସପିଙ୍କୁ ଏନସିପିସିଆରଙ୍କ ନୋଟିସ୍
ନୟାଗଡ଼ ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଜାତୀୟ ଶିଶୁ ସୁରକ୍ଷା ଆୟୋଗ (NCPCR) ନୋଟିସ୍ ଜାରି କରିଛନ୍ତି ।
ଭୁବନେଶ୍ୱର : ନୟାଗଡ଼ ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଜାତୀୟ ଶିଶୁ ସୁରକ୍ଷା ଆୟୋଗ (NCPCR) ନୋଟିସ୍ ଜାରି କରିଛନ୍ତି । ନୟାଗଡ଼ ଜିଲ୍ଲାପାଳ ଓ ଏସପିଙ୍କୁ ନୋଟିସ୍ କରିଛନ୍ତି NCPCR । ଏସମ୍ପର୍କରେ NCPCRର ଅଧ୍ୟକ୍ଷ ପ୍ରିୟଙ୍କ୍ କାନୁନଗୋ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
ଅପରପକ୍ଷରେ ପରୀକୁ ବଳି ଦିଆଯାଇଥାଇ ପାରେ ବୋଲି ଆଜି ପୁଣି ଗଣମାଧ୍ୟମରେ ଦୋହରାଇଛନ୍ତି ରାଜ୍ୟ ଶିଶୁ ଅଧିକାର ଆୟୋଗ ।

ପରୀକୁ ବଳି ସହ ଦୁଷ୍କର୍ମ ବି ହୋଇଥାଇପାରେ ବୋଲି ଅଧ୍ୟକ୍ଷ ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି । ସେ ଆହୁରି କହିଛନ୍ତି ସେହି ସମୟରେ ଅଙ୍ଗତସ୍କରୀ ଟେକ୍ନିକାଲି ସମ୍ଭବ ନଥିଲା । ସେତବେଳେ ଲକ୍ ଡାଉନ ଥିଲା । ଯଦି ଜଣେ ନେଲା, ଦେହାବଶେଷ କାହିଁକି ପୁଣି ପକାଇ ଦେଲା ବୋଲି ସେ ପ୍ରଶ୍ନ କରିଥିବା ଗଣମାଧ୍ୟମ ତା ରିପୋର୍ଟରେ ପ୍ରକାଶ କରିଛି ।












Click it and Unblock the Notifications