ନୟାଗଡ଼ରେ ଅରୁଣ ବୋଥ୍ରା : 'ପରୀ' ମୃତ୍ୟୁ ମାମଲାର ଖୋଳତାଡ଼ ଆରମ୍ଭ
'ପରୀ' ମୃତ୍ୟୁ ମାମଲାର ତଦନ୍ତ କରିବା ପାଇଁ ନୟାଗଡରେ ପହଞ୍ଚିଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ।
ନୟାଗଡ଼ : 'ପରୀ' ମୃତ୍ୟୁ ମାମଲାର ତଦନ୍ତ କରିବା ପାଇଁ ନୟାଗଡରେ ପହଞ୍ଚିଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ନୟାଗଡ଼ ଯଦୁପୁର ଗାଁକୁ ଯାଇ ଅରୁଣ ତଦନ୍ତ ଆରମ୍ଭ କରିଛନ୍ତି । ଯେଉଁ ସ୍ଥାନରେ 'ପରୀ'ର ହାଡ ମିଳିଥିଲା ସେହି ସ୍ଥାନକୁ ଯାଇ ତନାଘନା ଆରମ୍ଭ କରିଛନ୍ତି ଅରୁଣ । ଏଠାରେ ସୂଚନାଥାଉକି, ପରୀ ମୃତ୍ୟୁ ମାମଲାରେ ରାଜ୍ୟ ସରକାର ହାଇକୋର୍ଟଙ୍କ ତତ୍ୱାବଧାନରେ ଏସଆଇଟି ଗଠନ କରିଛନ୍ତି ।

ଯାହାର ମୁଖ୍ୟ ହେଉଛନ୍ତି ଅରୁଣ ବୋଥ୍ରା । ଏହି ଟିମରେ କ୍ରାଇମବ୍ରାଞ୍ଚର ବଛା ବଛା ପାଞ୍ଚ ଜଣିଆ ଅଧିକାରୀ ରହିଛନ୍ତି ।
ଅପରପକ୍ଷରେ ପରୀକୁ ନ୍ୟାୟ ଦାବିରେ ମନ୍ତ୍ରୀ ଅରୁଣ ସାହୁଙ୍କ ଘର ଆଗରେ ଏବିଭିପି ପକ୍ଷରୁ ବିକ୍ଷୋଭ ହୋଇଛି । ଅରୁଣଙ୍କ ବହିଷ୍କାର ଦାବିରେ ବିକ୍ଷୋଭ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ପରୀ ମୃତ୍ୟୁ ପଛରେ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ରହିଛି । ତେଣୁ ସେ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ଏବିଭିପି ।












Click it and Unblock the Notifications