ରକ୍ତ ଛିଟା ଲାଗିଥିବା ଗାମୁଛା ମିଳିଲା ପରୀ ହତ୍ୟାକାରୀ ଘରୁ
ଅଭିଯୁକ୍ତ ଯେତେବେଳେ ପରୀର ତଣ୍ଟି ଚିପି ହତ୍ୟା କରିଥିଲା ସେହି ସମୟରେ ପରୀ ନାକରୁ ରକ୍ତ ବାହାରି ଥିଲା। ଏହାସହ ବାହାରିଥିବା ରକ୍ତକୁ ଅଭିଯୁକ୍ତ ନିଜ ଗାମୁଛାରେ ପୋଛିଥିଲା।
ଭୁବନେଶ୍ୱର: ନୟାଡଗ ନାବାଳିକା ଦୁର୍ଷ୍କର୍ମ ଓ ହତ୍ୟା ମାମଲାରେ ପୁଣି ସାମ୍ନାକୁ ଆସିଛି ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ । ବର୍ତ୍ତମାନ ସମୟରେ ମିଳିଥିବା ଗୁରୁତ୍ୱପୂର୍ଣ୍ଣ ସୂଚନା ଅନୁସାରେ, ଅଭିଯୁକ୍ତ ଯେତେବେଳେ ପରୀର ତଣ୍ଟି ଚିପି ହତ୍ୟା କରିଥିଲା ସେହି ସମୟରେ ପରୀ ନାକରୁ ରକ୍ତ ବାହାରି ଥିଲା। ଏହାସହ ବାହାରିଥିବା ରକ୍ତକୁ ଅଭିଯୁକ୍ତ ନିଜ ଗାମୁଛାରେ ପୋଛିଥିଲା। ଏନେଇ ଆଜି ସୂଚନା ଦେଇଛି ଏସଆଇଟି।

ତେବେ ଏସଆଇଟି ହାତରେ ସେହି ଗାମୁଛା ଲାଗିଥିବା ସୂଚନା। ଅଭିଯୁକ୍ତ ସରୋଜ ସେଠୀ ଘରୁ ସେହି ଗାମୁଛାକୁ ଜବତ କରିଛି ତଦନ୍ତକାରୀ ସଂସ୍ଥା । ତେବେ ସେହି ଗାମୁଛାକୁ ପରୀକ୍ଷା ପାଇଁ ଲାବୋରେଟୋରୀ ପଠାଇବSIT।












Click it and Unblock the Notifications