Pari Case: ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କଲା SIT, ପରୀକୁ ଦୁଷ୍କର୍ମ ପରେ ହତ୍ୟା !
ନୟାଗଡ଼ର ଶିଶୁ କନ୍ୟା ‘ପରୀ’ର ମୃତ୍ୟୁକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ହତ୍ୟା ପୂର୍ବରୁ ପରୀ ସହ ଦୁଷ୍କର୍ମ କରାଯାଇଥିଲା।
ଭୁବନେଶ୍ୱର: ନୟାଗଡ଼ର ଶିଶୁ କନ୍ୟା 'ପରୀ'ର ମୃତ୍ୟୁକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ହତ୍ୟା ପୂର୍ବରୁ ପରୀ ସହ ଦୁଷ୍କର୍ମ କରାଯାଇଥିଲା। SIT ପକ୍ଷରୁ ଆଜି ବନ୍ଦ ଲଫାପା ଭିତରେ ହାଇକୋର୍ଟରେ ଦାଖଲ ହୋଇଥିବା ରିପୋର୍ଟରେ ଏହି ତଥ୍ୟ ଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।

ତେବେ ହତ୍ୟାର ମୂଳ କାରଣ ଦୁଷ୍କର୍ମ ବୋଲି ରିପୋର୍ଟରେ ଉଲ୍ଲେଖ ଥିବା ସୂଚନା ମିଳିଛି। ଆଜି ହାଇକୋର୍ଟରେ ପରୀ ମୃତ୍ୟୁ ମାମଲା ଷ୍ଟାଟସ୍ ରିପୋର୍ଟ ଦାଖଲ କରିଥିଲା SIT। ତଦନ୍ତ ଅଗ୍ରଗତି ନେଇ ମୁଦ୍ଦା ଲଫାପାରେ SIT ରିପୋର୍ଟ ଦେଇଥିବା ବେଳେ ରିପୋର୍ଟକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଆସନ୍ତା ୨୪ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।












Click it and Unblock the Notifications