ପରୀ ହତ୍ୟାକାଣ୍ଡ: 'ଚାଇଲ୍ଡ ପର୍ଣ୍ଣୋଗ୍ରାଫିର ଅଭ୍ୟସ୍ତ ଥିଲା ପରୀ ହତ୍ୟାକାରୀ'
ଅଭିଯୁକ୍ତ ସରୋଜ ସେଠୀକୁ ଏସଆଇଟି ବାନ୍ଧିବା ସହ ଘଟଣା ସମ୍ପର୍କରେ ପ୍ରେସମିଟ କରି ଟିକିନିକି ତଥ୍ୟ ପ୍ରଦାନ କରିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ।
ଭୁବନେଶ୍ୱର: ନୟାଗଡ ଶିଶୁ କନ୍ୟା ପରୀ ହତ୍ୟାକାଣ୍ଡର ଫିଟିଛି ଗୁମର । ଅଭିଯୁକ୍ତ ସରୋଜ ସେଠୀକୁ ଏସଆଇଟି ବାନ୍ଧିବା ସହ ଘଟଣା ସମ୍ପର୍କରେ ପ୍ରେସମିଟ କରି ଟିକିନିକି ତଥ୍ୟ ପ୍ରଦାନ କରିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ସରୋଜ ପରୀକୁ ଘରକୁ ଡାକି ତଣ୍ଟି ଚିପି ହତ୍ୟା କରିବା ପରେ ତା' ସହ ଦୁଷ୍କର୍ମ କରିଥିବା ସେ କହିଛନ୍ତି । ଏଥି ସହିତ ପରୀ ହତ୍ୟାକାରୀ ଜଣେ ଅଭ୍ୟାସ ଗତ ଭାବେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଦେଖୁଥିବା ସେ କହିଛନ୍ତି ।
ଏସଆଇଟି ମୁଖ୍ୟ ଅରୁଣ ଆହୁରି କହିଛନ୍ତି ଯେ, ସରୋଜ ମୋବାଇଲରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଫିଲ୍ମ ରଖି ଦେଖୁଥିଲା । ତା'ର ମୋବାଇଲ ନଥିଲା। କିନ୍ତୁ ତା' ସାନ ଭଉଣୀର ମୋବାଇଲ୍ ଥିଲା। ତା' ସାନ ଭଉଣୀ ଚାକିରି କରନ୍ତି। ସେ ଦିନ ବେଳେ ଅଫିସ୍ ଯାଆନ୍ତି। ତେବେ ରାତିରେ ଅଭିଯୁକ୍ତ ତାଙ୍କ ମୋବାଇଲ ବ୍ୟବହାର କରୁଥିଲା। ଅଶ୍ଲୀଳ ଫିଲ୍ମ ଦେଖିବା ପରେ ସେଗୁଡ଼ିକୁ ଡିଲିଟ୍ କରି ଦେଉଥିଲା। ଏପରିକି ମୋବାଇଲ ଫୋଲ୍ଡରେର ପର୍ଣ୍ଣୋ ଫିଲ୍ମ ରଖି ଲକ୍ ପକାଇଥିଲା।

ଏସ୍ଆଇଟି ମୁଖ୍ୟ କହିଛନ୍ତି, ଘଟଣା ପୂର୍ବଦିନ ରାତିସାରା ସରୋଜ ପର୍ଣ୍ଣ ଫିଲ୍ମ ଦେଖିଥିଲା । ରାତିସାରା ଅଶ୍ଳୀଳ ଫିଲ୍ମ ଦେଖିବା ପରେ ଝିଅଟି ଘରକୁ ଆସିବା ପରେ ତା'ସହ ଦୁଷ୍କର୍ମ ଉଦ୍ୟମ କରିଥିଲା। ଝିଅଟି ଚିତ୍କାର କରିବାରୁ ତାକୁ ମାରି ଦୁଷ୍କର୍ମ କରିଥିଲା। ଅଶ୍ଳୀଳ ଫିଲ୍ମରେ ଏସବୁ ଦେଖି ଏଭଳି କରିଥିବା ଅଭିଯୁକ୍ତ ନିଜେ ସ୍ୱୀକାର କରିଛି । ମୃତଦେହ ସହ ଦୁଷ୍କର୍ମ ପରେ ସେ ଏକ ଝୋଟ ବସ୍ତାରେ ଶବ ପୁରାଇ ପୋଖରୀକୁ ଫିଙ୍ଗି ଦେଇଥିଲା ।












Click it and Unblock the Notifications