ପ୍ରଥମ ସଫଳତା, ପରୀ ହତ୍ୟା ମାମଲାରେ ଜଣକୁ ଗିରଫ କଲା SIT
ବହୁ ଚର୍ଚ୍ଚିତ ପରୀ ମାମଲାରେ ଜଣଙ୍କୁ ଗିରଫ କରିଛି SIT । ତେବେ ଏସଆଇଟି ଅଭିଯୁକ୍ତର ନାଁ ପ୍ରକାଶ କରିନାହିଁ ।
ଭୁବନେଶ୍ୱର: ହଟିଛି ପରଦା, ମିଳିଛି ପ୍ରଥମ ସଫଳତା । ବହୁ ଚର୍ଚ୍ଚିତ ପରୀ ମାମଲାରେ ଜଣଙ୍କୁ ଗିରଫ କରିଛି SIT । ତେବେ ଏସଆଇଟି ଅଭିଯୁକ୍ତର ନାଁ ପ୍ରକାଶ କରିନାହିଁ । ଆସନ୍ତାକାଲି ପୋସକୋ କୋର୍ଟରେ ଅଭିଯୁକ୍ତକୁ ହାଜର କରାଯିବ । ୩୭୬-A, ୩୭୬-AB, ୩୬୪, ୩୦୨, ୨୦୧ ଓ ପକ୍ସୋ ଆକ୍ଟ ସେକ୍ସନ୍ -୬ରେ ମଧ୍ୟ ମାମଲା ରୁଜୁ କରାଯାଇଛି।

ଗତକାଲି ଏସଆଇଟି ଯଦୁପୁର ଗାଁର ସରୋଜ ସେଠୀଙ୍କୁ ଉଠାଇ ଆଣି ଜେରା କରିଥିଲା । ପଲିଗ୍ରାଫ ଟେଷ୍ଟ ପରେ ସରୋଜଙ୍କୁ ଅଟକ ରଖାଯାଇଥିଲା । ପୂର୍ବରୁ ପରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା କହିଥିଲା ଏସଆଇଟି । ଏନେଇ ଏସଆଇଟି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲା ।
ପରୀ ହତ୍ୟା ମାମଲାର ତଦନ୍ତ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ୫ଜଣିଆ ଏସଆଇଟି ଟିମ୍ କରୁଛନ୍ତି । ଗତ ଜୁଲାଇ ୨୩ରେ ନୟାଗଡ଼ ଜିଲ୍ଲା ଯଦୁପୁରର ପରୀକୁ ରହସ୍ୟଜନକ ଭାବେ ହତ୍ୟା କରାଯାଇଥିଲା ।












Click it and Unblock the Notifications