ଓଡ଼ିଶାରେ ସିମ୍ କିଣି ପାକିସ୍ତାନକୁ ବିକ୍ରି କରୁଥିଲେ ଓଟିପି, ୩ ଗିରଫ
ଭୁବନେଶ୍ୱର: ପାକିସ୍ତାନରେ ବ୍ୟବହାର ହେଉଥିଲା ଓଡ଼ିଶାର ସିମ୍ । ଓଡ଼ିଶାରେ ସିମ୍ କିଣି ପାକିସ୍ତାନକୁ ବିକ୍ରି କରୁଥିଲେ ଓଟିପି । ଓଡିଶାରୁ ପାକିସ୍ତାନ ଯାଏଁ ଲମ୍ବିଛି ଓଟିପି ସେୟାରିଙ୍ଗ ସ୍କାମର ଚେର । ଯାହର ଖୁଲାସ କରିଛି ରାଜ୍ୟ STF ।
ତେବେ ଏହି ଘଟଣାରେ ଗିରଫ ହୋଇଛନ୍ତି ୩ ଅଭିଯୁକ୍ତ । ନୟାଗଡ଼ରୁ ଦୁଇ ଓ ଯାଜପୁରରୁ ଜଣେକୁ ଗିରଫ କରିଛି STF। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ITI ଶିକ୍ଷକ ଅଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ପଠାଣୀ ସାମନ୍ତ ଲେଙ୍କା, ସରୋଜ କୁମାର ନାୟକ ଓ ସୌମ୍ୟ ପଟ୍ଟନାୟକ । ସେମାନଙ୍କ ନିକଟରୁ ୧୯ ଟି ଦାମୀ ମୋବାଇଲ, ୪୭ଟି ସିମକାର୍ଡ, ୬୧ଟି ATM କାର୍ଡ ଓ ୨୩ଟି ସିମ କଭର ଜବତ କରିଛି ଏସଟିଏଫର ।

ଏମାନେ ଜାଲିଆତି କରି ଅନ୍ୟ ନାଁରେ ସିମ୍ କାର୍ଡ ହାତଉ ଥିଲେ। ଓଡ଼ିଶାରେ ସିମ୍ ରଖି ଏହାର ଓଟିପିକୁ ପାକିସ୍ତାନ ଏଜେଣ୍ଟକୁ ବିକ୍ରି କରୁଥିଲେ । ଏପରିକି ସେହି ଓଟିପି ISI ଏଜେଣ୍ଟକୁ ମଧ୍ୟ ବିକ୍ରି ହେଉଥିଲା । ସେହି ଓଟିପି ଜରିଆରେ ବିଭିନ୍ନ ସୋଶାଲ ମିଡିଆ ଆକାଉଣ୍ଟ ଖୋଲା ଯାଉଥିଲା । ଗୁପ୍ତଚରୀ, ଆତଙ୍କୀକୁ ତଥ୍ୟ ପ୍ରଦାନ, ଦେଶ ବିରୋଧୀ କାର୍ଯ୍ୟ ଭଳି କାମରେ ଏହି ଓଟିପି ସେୟାର ଓ ସୋଶାଲ ମିଡିଆ ଆକାଉଣ୍ଟ କାମରେ ଲାଗୁଥିଲା ।
ଓଟିପି ସେୟାର କରି କିଛି ପାକିସ୍ଥାନୀ ଇଣ୍ଟେଲିଜେନ୍ସ ଅଧିକାରୀ ଓ ISI ଏଜେଣ୍ଟମାନଙ୍କୁ ଲିଙ୍କ ଜେନେରେଟ କରି ତଥ୍ୟ ଦେଉଥିଲେ ଅଭିଯୁକ୍ତ । ଏଥିପାଇଁ ଭାରତରେ ଥିବା ପାକିସ୍ତାନୀ ଏଜେଣ୍ଟ ମୋଟା ଅଙ୍କର ଅର୍ଥ ଦେଉଥିଲେ । ସୋସିଆଲ ମିଡ଼ିଆ ପ୍ଳାଟଫର୍ମ, ହ୍ୱାଟ୍ସଆପ, ଟେଲିଗ୍ରାମ, ଇନଷ୍ଟାଗ୍ରାମରେ ବିଭିନ୍ନ ଆକାଉଣ୍ଟ କରି ପାକିସ୍ତାନୀ ଏଜେଣ୍ଟଙ୍କୁ ଲିଙ୍କ ସେୟାର କରୁଥିଲେ ଅଭିଯୁକ୍ତମାନେ । ଏହି ଲିଙ୍କ ମାଧ୍ୟମରେ ପାକିସ୍ତାନୀ ଏଜେଂଟମାନେ ଆତଙ୍କବାଦୀଙ୍କ ସହ ଯୋଗାଯୋଗ କରୁଥିଲେ ।
ତେବେ ଗତ ବର୍ଷ ରାଜସ୍ଥାନରେ ହନିଟ୍ରାପ ମାମଲାରେ ଧରାଯାଇଥିବା ମହିଳା PIO ଏଜେଣ୍ଟଙ୍କ ସହ ଯୋଗା ଯୋଗରେ ଥିଲେ ଏହି ୩ ଅଭିଯୁକ୍ତ । ଏନେଇ ସୂଚନା ଦେଇଛନ୍ତି ଏସଟିଏଫ୍ ଆଇଜି ଜୟ ନାରାୟଣ ପଙ୍କଜ କହିଛନ୍ତି ।












Click it and Unblock the Notifications