OTP ସେୟାରିଂ ଓ ଆତଙ୍କୀ ଲିଙ୍କ ତନାଘନା : ଆଜିଠୁ ପଠାଣିସାମନ୍ତକୁ ରିମାଣ୍ଡରେ ନେଇପାରେ ପଶ୍ଚିମବଙ୍ଗ STF

ଭୁବନେଶ୍ୱର : OTP ସେୟାରିଂ ଓ ଆତଙ୍କୀ ଲିଙ୍କ ମାମଲାରେ ମିଳିପାରି ଆଉ କିଛି ନୂଆ ଅପଡେଟ । ଗିରଫ ଅଭିଯୁକ୍ତ ପଠାଣିସାମନ୍ତକୁ ଆଜି ରିମାଣ୍ଡରେ ନେଇପରେ ପଶ୍ଚିମବଙ୍ଗ STF । ଆଜିଠୁ ୫ ଦିନିଆ ରିମାଣ୍ଡରେ ନେଇପାରେ ପଶ୍ଚିମବଙ୍ଗ STF । ୭ ଦିନ ରିମାଣ୍ଡରେ ନେବା ପାଇଁ ପଶ୍ଚିମବଙ୍ଗ STF ଆବେଦନ କରିଥିଲା।

ହନିଟ୍ରାପ୍ ଓ ପାକିସ୍ତାନ ଗୁଇନ୍ଦା ଏଜେଣ୍ଟ ଲିଙ୍କ ନେଇ ଅଧିକ ପଚରାଉଚରା ହେବ। ଏ ନେଇ ଇଣ୍ଟେଲିଜେନ୍ସ ବ୍ୟୁରୋ ସହ ଯୋଗାଯୋଗରେ ରହିଛି STF । ସିଲିଗୁଡ଼ି ଥାନାରେ ଥିବା ମାମଲା ସମ୍ପର୍କରେ ଖୋଳତାଡ଼ କରାଯିବା।

stf

ସେପଟେ ପଠାଣି ସାମନ୍ତଙ୍କୁ ପଶ୍ଚିମବଙ୍ଗରେ ସିମ୍‌‌ ଦେଉଥିବା ଆଉ ଜଣେ ଅଭିଯୁକ୍ତ ଧରାପଡ଼ିଛି। ସେହି ବ୍ୟକ୍ତି ଜଣଙ୍କ ପଶ୍ଚିମବଙ୍ଗର ଭିନ୍ନଭିନ୍ନ ବ୍ୟକ୍ତିଙ୍କ ପରିଚୟ ପତ୍ରରେ ଏକାଧିକ ପ୍ରି-ଆକ୍ଟିଭ୍‌‌ ସିମ୍‌‌ କାଢୁଥିଲେ। ଏହି ସିମ୍‌‌କୁ ଓଡ଼ିଶାର ପଠାଣି ସାମନ୍ତ ସମେତ ଆଉ କିଛି ସାଇବର୍‌‌ ଠକଙ୍କୁ ବିକ୍ରି କରୁଥିଲେ।

ସିଲିଗୁଡି ଥାନାରେ ପଠାଣି ସାମନ୍ତ ନାଁ ରେ ପୂର୍ବରୁ ମାମଲା ରହିଛି । ରିମାଣ୍ଡ ସରିବା ପରେ ଝାରପଡା ଜେଲରେ ପଠାଣିସାମନ୍ତ କୁ ଜେରା କରିବ NIA । ପଠାଣିସାମନ୍ତ ଓ ଅଭିଜିତ ସଞ୍ଜୟ ଜାମ୍ବୁରଙ୍କୁ ହୋଇପାରେ ମୁହାଁମୁହିଁ ଜେରା ହୋଇପାରେ। ଦୁବାଇ, ପାକିସ୍ତାନ ବୁଲିବାକୁ ଯାଇଥିଲେ ସଞ୍ଜୟ, ପଠାଣି ଓ ଗୁଡୁ ।

ଅଭିଯୁକ୍ତ ସଞ୍ଜୟ ପ୍ରତିମାସରେ ପାକିସ୍ତାନର ୩୦ ଗୁଇନ୍ଦା ଏଜେଣ୍ଟଙ୍କ ବ୍ୟାଙ୍କ୍‌‌ ଆକାଉଣ୍ଟ ଫ୍ରିଜ୍‌‌ କରିଛି। ଯେଉଁଥିରେ ଓଡ଼ିଶାରେ ୧୫ଟି ଆକାଉଣ୍ଟ ରହିଛି। ଓଡ଼ିଶାରେ ଥିବା ୧୫ଜଣ ପାକିସ୍ତାନ ଏଜେଣ୍ଟଙ୍କ ମଧ୍ୟରୁ ୬ଜଣଙ୍କୁ ଚିହ୍ନଟ କରି ସାରିଛି STF । STF ସେମାନଙ୍କୁ ଖୋଜି ବାହାର କରିବା ପାଇଁ ସୋସିଆଲ ମିଡିଆର ଏବଂ ସିଡିଆରର ସାହାରା ନେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+