OTP ସେୟାରିଂ ମାମଲା; ଦୁବାଇ ଏବଂ ପାକିସ୍ତାନ ଯାଇଥିଲେ ଅଭିଯୁକ୍ତ
ଭୁବନେଶ୍ୱର : ଦୁବାଇ ଏବଂ ପାକିସ୍ତାନ ବୁଲିବାକୁ ଯାଇଥିଲେ ଓଟିପି ସେୟାରିଂ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜାମ୍ବୁରେ, ପଠାଣି ସାମନ୍ତ ଓ ପଶ୍ଚିମବଙ୍ଗର ଗୁଡୁ କୁମାର । NIA ତଦନ୍ତରେ ଏଭଳି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ଭାରତର ଗୁଇନ୍ଦା ତଥ୍ୟ ଲିକ୍ କରିବା ପାଇଁ ଏମାନେ ବିଦେଶ ଯାଇଥିଲେ ।
ତେବେ ସେଠାରେ ସେ କାହାକୁ ଭେଟିଥିଲେ ତାହା ପ୍ରଶ୍ନ ସୃଷ୍ଟି କରିଛି। ସେମାନେ ପାକିସ୍ତାନ ଗୁପ୍ତଚରଙ୍କୁ କେଉଁ ତଥ୍ଯ ପ୍ରଦାନ କରିଛନ୍ତି, ସେ ସମ୍ପର୍କରେ ଅଧିକ ତଦନ୍ତ ପାଇଁ ଇଣ୍ଟରପୋଲର ସହାୟତା ନେବ NIA ।ତଦନ୍ତ ସମୟରେ ହନିଟ୍ରାପରେ ଅଧିକାଂଶ ଫସୁଥିବା ଜଣାପଡିଛି ।

ସେପଟେ ପଠାଣି ସାମନ୍ତକୁ ଆଜି ୫ ଦିନିଆ ରିମାଣ୍ଡରେ ନେଇଥାନ୍ତା ପଶ୍ଚିମବଙ୍ଗ STF । କିନ୍ତୁ କୋର୍ଟରେ ଆବଶ୍ୟକ ଡକ୍ୟୁମେଣ୍ଟ ଦାଖଲ କରିନପାରିବାରୁ ଅଧିକରୁ ଅଧିକ ଦୁଇ ଦିନ ବିଳମ୍ବ ହୋଇପାରେ। ଏବେ ମଧ୍ୟ ଶହେ ଏଜେଣ୍ଟ ମ୍ୟୁଲ ଆକାଉଣ୍ଟ ଏବଂ ପ୍ରି ଆକ୍ଟିଭେଟେଡ୍ ସିମ ଜରିଆରେ କାରବାର ଚଳାଇଥିବା ନେଇ ସୂଚନା ପାଇଛି ଓଡିଶା STF ।
ସେପଟେ ଧରା ପଡ଼ିଛି। ପଠାଣି ସାମନ୍ତଙ୍କୁ ପଶ୍ଚିମବଙ୍ଗରେ ସିମ୍ ଦେଉଥିବା ଆଉ ଜଣେ ଅଭିଯୁକ୍ତ । ସେହି ବ୍ୟକ୍ତି ଜଣଙ୍କ ପଶ୍ଚିମବଙ୍ଗର ଭିନ୍ନଭିନ୍ନ ବ୍ୟକ୍ତିଙ୍କ ପରିଚୟ ପତ୍ରରେ ଏକାଧିକ ପ୍ରି-ଆକ୍ଟିଭ୍ ସିମ୍ କାଢୁଥିଲେ। ଏହି ସିମ୍କୁ ଓଡ଼ିଶାର ପଠାଣି ସାମନ୍ତ ସମେତ ଆଉ କିଛି ସାଇବର୍ ଠକଙ୍କୁ ବିକ୍ରି କରୁଥିଲେ












Click it and Unblock the Notifications