ଓଟିପି ସେୟାରିଂ ମାମଲା: ପଠାଣିକୁ ବହୁବାର ଟଙ୍କା ପଠାଇଥବା ମାନିଲା ଅଭିଯୁକ୍ତ ଅଭିଜିତ
ଭୁବନେଶ୍ବର: ଓଟିପି ସେୟାରିଂ ମାମଲାରେ ଅଭିଯୁକ୍ତ ଅଭିଜିତ ଜମ୍ବୁରେ ରେକୁ ଜେରା କରିଛି ଏନ୍ଆଇଏ । ଦେଶ ବିରୋଧୀ କାର୍ଯ୍ୟକଳାପ ନେଇ ଏସଟିଏଫ୍ କାର୍ଯ୍ୟାଳୟରେ ଦୀର୍ଘ ସମୟ ଧରି ପଚରାଉଚରା କରାଯାଇଥିବା ଜଣାପଡ଼ିଛି ।
ତେବେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛି ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜାମ୍ବୁରେ । ସେ ନିର୍ଦ୍ଦୋଷ, ତା ଅଜାଣତରେ ତାର ସିମ୍ ବ୍ୟବହାର ହୋଇଥିବା ଅଭିଜିତ୍ କହିଛି । ସେ ଓଡ଼ିଶାର ପଠାଣି ସାମନ୍ତ ଲେଙ୍କା ପାଖକୁ ବହୁବାର ଟଙ୍କା ଦେଇଥିବା ସ୍ବୀକାର କରିଛି । ତେବେ isi କିମ୍ବା ପାକିସ୍ତାନ army intelligence ବରିଷ୍ଠ ଅଧିକାରୀଙ୍କ ସହ ଲିଙ୍କ ସଂପର୍କରେ ସେ କିଛି କହିନି । ସେମାନଙ୍କ ପ୍ରରୋଚନାରେ ପଡ଼ି କେତେ ଟଙ୍କା, କେତେ ଥର ଦେଇଛି ସେ ବାବଦରେ ମଧ୍ୟ ମୁହଁ ଖୋଲିନି ।

ଅନ୍ୟପଟେ ଜାତୀୟ ତଦନ୍ତକାରୀ ସଂସ୍ଥା ବା NIA ଭୁବନେଶ୍ୱରରେ ପହଞ୍ଚିଛି । ଓଟିପି ସେୟାରିଂ କେସ୍ରେ ତଦନ୍ତ କରିବା ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଜାତୀୟ ତଦନ୍ତକାରୀ ସଂସ୍ଥା । ପୂର୍ବରୁ ଏହି ମାମଲାରେ ମହାରାଷ୍ଟ୍ର ଏଟିଏସ୍ ଏବଂ ଆଇବି ଟିମ୍ ତଦନ୍ତ କରୁଛନ୍ତି । ଅଭିଯୁକ୍ତଙ୍କୁ ଜେରା ମଧ୍ୟ କରିଛନ୍ତି ।
ସୂଚନାଥାଉ କି, ମେ' ୧୪ରେ ଗିରଫ ହୋଇ ପଠାଣି ସାମନ୍ତ ଲେଙ୍କା ଜେଲରେ ଅଛି । ଅଭିଜିତ ହେଉଛି ପୁଣେ ନିବାସୀ । ସେ ଏକ ସଫ୍ଟୱେୟାର କମ୍ପାନୀରେ କାମ କରୁଥିଲା । କିନ୍ତୁ ଆମେରିକାର ଏକ ନିର୍ଦ୍ଦିଷ୍ଟ ୱେବସାଇଟ୍ ଜରିଆରେ ଟଙ୍କା ରୋଜଗାର କରି ଆଇଏସଆଇ ଏଜେଣ୍ଟଙ୍କୁ ୨୦୧୮ରୁ ପାଣ୍ଠି ଯୋଗାଉଥିଲା । ଏହି ମାମଲାରେ ଏଟିଏସ୍, ଆଇବି ପରେ ଏବେ ଏନ୍ଆଇଏ ଜେରା କରୁଛି ।












Click it and Unblock the Notifications