OTP ସେୟାରିଂ ଓ ପାକିସ୍ତାନ ଆତଙ୍କୀ ଲିଙ୍କ୍ ମାମଲା; ପଠାଣି ସାମନ୍ତକୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ STF

OTP ସେୟାରିଂ ଓ ପାକିସ୍ତାନ ଆତଙ୍କୀ ଲିଙ୍କ୍ ମାମଲାରେ ତନାଘନା।ଗିରଫ ପଠାଣି ସାମନ୍ତକୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ STF। କାଲିଠାରୁ ୫ଦିନିଆ ରିମାଣ୍ଡରେ ଯାଇପାରେ ପଠାଣି ସାମନ୍ତ। ପଠାଣିର ସିଲିଗୁଡ଼ି ଥାନାରେ ଥିବା ମାମଲା ସମ୍ପର୍କରେ ଖୋଳତାଡ଼ କରାଯିବା। ଏହା ସହ ଗୁଡୁ ମୁସ୍‌‌ଲିମ୍‌‌ ଲିଙ୍କ୍‌‌ ନେଇ ମଧ୍ୟ ପଚରାଉଚରା କରାଯିବ।

ପଠାଣି ସାମନ୍ତଙ୍କୁ ପଶ୍ଚିମବଙ୍ଗରେ ସିମ୍‌‌ ଦେଉଥିବା ଆଉ ଜଣେ ଅଭିଯୁକ୍ତି ଧରାପଡ଼ିଛି। ସେହି ବ୍ୟକ୍ତି ଜଣଙ୍କ ପଶ୍ଚିମବଙ୍ଗର ଭିନ୍ନଭିନ୍ନ ବ୍ୟକ୍ତିଙ୍କ ପରିଚୟ ପତ୍ରରେ ଏକାଧିକ ପ୍ରି-ଆକ୍ଟିଭ୍‌‌ ସିମ୍‌‌ କାଢୁଥିଲେ। ଏହି ସିମ୍‌‌କୁ ଓଡ଼ିଶାର ପଠାଣି ସାମନ୍ତ ସମେତ ଆଉ କିଛି ସାଇବର୍‌‌ ଠକଙ୍କୁ ବିକ୍ରି କରୁଥିଲେ।

OTP_SHARE

ଅଭିଯୁକ୍ତ ସଞ୍ଜୟ ପ୍ରତିମାସରେ ପାକିସ୍ତାନର ୩୦ ଗୁଇନ୍ଦା ଏଜେଣ୍ଟଙ୍କ ବ୍ୟାଙ୍କ୍‌‌ ଆକାଉଣ୍ଟ ଫ୍ରିଜ୍‌‌ କରିଛି। ଯେଉଁଥିରେ ଓଡ଼ିଶାରେ ୧୫ଟି ଆକାଉଣ୍ଟ ରହିଛି। ଓଡ଼ିଶାରେ ଥିବା ୧୫ଜଣ ପାକିସ୍ତାନ ଏଜେଣ୍ଟଙ୍କ ମଧ୍ୟରୁ ୬ଜଣଙ୍କୁ ଚିହ୍ନଟ କରି ସାରିଛି STF । STF ସେମାନଙ୍କୁ ଖୋଜି ବାହାର କରିବା ପାଇଁ ସୋସିଆଲ ମିଡିଆର ଏବଂ ସିଡିଆରର ସାହାରା ନେଇଛି ।

ପଶ୍ଚିମବଙ୍ଗର ଗୁୁଡୁ ମୁସ୍‌‌ଲିମ୍‌‌ ଏବଂ ରାଜସ୍ଥାନର ନୁର ଫତିମା ଲିଙ୍କ୍‌‌ରେ ପଠାଣି ଥିବାର ଜଣାପଡ଼ିଛି। ପଚରାଉଚରା ବେଳେ ପଠାଣିସାମନ୍ତ ସହ ଅଭିଜିତ୍‌‌ ସଞ୍ଜୟକୁ ମଧ୍ୟ ମୁହାଁମୁହିଁ ଜେରା କରାଯିବ। ଅନ୍ୟପଟେ ଆତଙ୍କବାଦୀଙ୍କ ସହ ଲିଙ୍କ୍‌‌ ଅଭିଯୋଗରେ ଅଭିଜିତ୍‌‌ ସଞ୍ଜୟ ଜାମ୍ବୁର ବିଦେଶ ଲିଙ୍କ୍‌‌ ମିଳିବା ପରେ NIA ଏହାକୁ ଗୁରୁତର ସହ ନେଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+