Get Updates
Get notified of breaking news, exclusive insights, and must-see stories!

‘ନିମନ୍ତ୍ରଣ’ରେ ୧୭ ଲକ୍ଷ ଘୋଟାଲ: ବନ୍ଧା ହେଲେ ମ୍ୟାନେଜର

ଭୁବନେଶ୍ୱର ସହିଦନଗରସ୍ଥିତ ‘ନିମନ୍ତ୍ରଣ’ ରେଷ୍ଟୁରାଣ୍ଟରେ ୧୭ ଲକ୍ଷ ଘୋଟାଲ । ପ୍ରାୟ ୬ ମାସରୁ ଊର୍ଦ୍ଧ୍ୱ ସମୟରେ ୧୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଚଳୁ କରିଦେଲେ ମ୍ୟାନେଜର ।

ଭୁବନେଶ୍ୱର: ଭୁବନେଶ୍ୱର ସହିଦନଗରସ୍ଥିତ 'ନିମନ୍ତ୍ରଣ' ରେଷ୍ଟୁରାଣ୍ଟରେ ୧୭ ଲକ୍ଷ ଘୋଟାଲ । ପ୍ରାୟ ୬ ମାସରୁ ଊର୍ଦ୍ଧ୍ୱ ସମୟରେ ୧୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଚଳୁ କରିଦେଲେ ମ୍ୟାନେଜର । ପ୍ରତିଦିନ ଆୟର ୫୦ ପ୍ରତିଶତ ଟଙ୍କା ନିଜ ଆକାଉଣ୍ଟକୁ ନେଇ ଯାଉଥିଲେ ଦୁଇ କର୍ମଚାରୀ । ଫଳରେ ବନ୍ଧା ହେଲେ ଓଟିଡିସି ମ୍ୟାନେଜର ରାଜ୍ ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି ଓ ଠିକା କର୍ମଚାରୀ ସୁନିଲ ଘଡେଇ ।

Nimantran Restaurant

ଓଡ଼ିଶାର ପାରମ୍ପରିକ ଖାଦ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଗତ ବର୍ଷ ସେପ୍ଟେମ୍ବରରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି ) ପକ୍ଷରୁ ଭୁବନେଶ୍ୱର ସହିଦନଗରରେ ଏହି ରେଷ୍ଟୁରାଣ୍ଟ ଖୋଲିଥିଲା। ମାତ୍ର ୧୦ ମାସର ଏହି ହୋଟେଲରେ ଗତ ୬ ମାସ ହେଲା ଚାଲୁଥିଲା ମହା ଘୋଟଲା। ଏହାର ମୁଖ୍ୟ ମାଷ୍ଟରମାଇଣ୍ଡ ଥିଲେ ଅର୍ଦ୍ଧେନ୍ଦୁ ଶେଖର । ତାଙ୍କୁ ସହଯୋଗ କରୁଥିଲେ ସୁନୀଲ ଘଡ଼େଇ ।

ଅଡିଟ ବେଳେ ଜଣାପଡିବା ପରେ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା । ଗତକାଲି ଗିରଫ କରି କୋର୍ଟଚାଲାଣ କରିଛି ସହିଦନଗର ଥାନା ପୋଲିସ । ସରକାରୀ ଅର୍ଥ ଆତ୍ମସାତ କରିଥିବାରୁ ସ୍ୱତନ୍ତ୍ର ଆଇନ ଆଧାରରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ତେବେ ଏମାନଙ୍କ ସହ ଏହି କାର୍ଯ୍ୟରେ ଆଉ କେହି ସାମିଲ ଥିଲେ ନା କେବଳ ଦୁଇଜଣ ଅର୍ଥ ହଡପ କରିଛନ୍ତି ସେନେଇ ମଧ୍ୟ ତଦନ୍ତ କରୁଛି ପୋଲିସ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+