ORHDC ଦୁର୍ନୀତି ମାମଲା: ବିନୋଦ କୁମାରଙ୍କ ସମେତ ୬ଜଣଙ୍କୁ ୩ବର୍ଷ ଜେଲ୍ ଦଣ୍ଡାଦେଶ
ବହୁଚର୍ଚ୍ଚିତ ଓଆରଏଚଡିସି ଦୁର୍ନୀତି ମାମଲାରେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ବିନୋଦ କୁମାରଙ୍କ ସମେତ ୬ଜଣଙ୍କୁ ୩ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ହୋଇଛି। ଏଥିସହ ୫୦ହଜାର ଟଙ୍କା ଜରିମାନା ଓ ଅନାଦେୟ ୬ମାସ ଅଧିକ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଭୁବନେଶ୍ୱର ସ୍ୱତନ୍ତ୍ର ଭ
ଭୁବନେଶ୍ୱର: ବହୁଚର୍ଚ୍ଚିତ ଓଆରଏଚଡିସି ଦୁର୍ନୀତି ମାମଲାରେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ବିନୋଦ କୁମାରଙ୍କ ସମେତ ୬ଜଣଙ୍କୁ ୩ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ହୋଇଛି। ଏଥିସହ ୫୦ହଜାର ଟଙ୍କା ଜରିମାନା ଓ ଅନାଦେୟ ୬ମାସ ଅଧିକ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ଲୋକଙ୍କୁ ଘର ଦେବା ନାଁରେ ୨୧.୩୫ ଲକ୍ଷ ପଡ଼ପ ମାମଲାରେ ଏହି ଦଣ୍ଡାଦେଶ ହୋଇଛି ।

ବିନୋଦ କୁମାରଙ୍କ ସମେତ ସ୍ୱସ୍ତି ରଞ୍ଜନ ମହାପାତ୍ର, ପ୍ରଦୀପ ରାଉତ, ସତ୍ୟ ପ୍ରକାଶ ବେହେରା, ଜ୍ଞାନେନ୍ଦ୍ର ସ୍ୱାଇଁ ଓ ମନୋରଞ୍ଜନ ନାୟକଙ୍କୁ ଜେଲଦଣ୍ଡାଦେଶ ହୋଇଛି । ପୂର୍ବରୁ ଅନ୍ୟ ୫ଟି ମାମଲାରେ ବିନୋଦ କୁମାରଙ୍କ ବିରୋଧରେ ଦଣ୍ଡାଦେଶ ହୋଇସାରିଛି । ବିନୋଦ କୁମାର ୨୦୦୦ରି ୨୦୦୧ ଯାଏ ଥିଲେ ଓଡିଶା ରୁରାଲ ହାଉସିଂ ଡେଭଲେପମେଣ୍ଟ କର୍ପୋରେସନର ପରିଚାଳନା ନିର୍ଦ୍ଦେଶକ । ସେହି ସମୟରେ ବିନୋଦ କୁମାର ରଶ୍ମୀ ମାସ୍ କନଷ୍ଟ୍ରକସନ ପ୍ରାଇଭେଟ ଲିମିଡେଟକୁ ୨୧ ଲକ୍ଷ ୩୫ ହଜାର ଟଙ୍କାର ଗୃହ ଋଣ ଯୋଗାଇ ଥିଲେ। ତେବେ ଏହି ଋଣ ମଞ୍ଜୁର ପ୍ରକ୍ରିୟାରେ ଜାଲିଆତି ହୋଇଥିବା ଧରା ପଡିଥିଲା । ଋଣ ପ୍ରକ୍ରିୟାରେ ଜାଲ ନଥି ଦାଖଲ କରାଯାଇଥିବାବେଳେ ଯେଉଁ ପ୍ରକଳ୍ପ ଲାଗି ଅର୍ଥ ମଞ୍ଜୁର ହୋଇଥିଲା ତା ବଦଳରେ ଅନ୍ୟ ଏକ ପ୍ରକଳ୍ପ କରାଯାଇଥିଲା ।












Click it and Unblock the Notifications