ସିକ୍ୟୁରିଟି ଗାର୍ଡଙ୍କୁ ହାଣିଲା ଆଉ ଜଣେ ସିକ୍ୟୁରିଟି : ହତ୍ୟାକାଣ୍ଡର ରୂପ ନେଲା ବିବାଦ

ବୌଦ୍ଧ: ସିକ୍ୟୁରିଟି ଗାର୍ଡକୁ ହତ୍ୟା ତା ସାଥି ସିକ୍ୟୁରିଟି ଗାର୍ଡ । ଟାଙ୍ଗିଆରେ ନିଜ ସାଙ୍ଗକୁ ହାଣି ଦେଲା। ଆଉ ପରେ ଥାନାରେ ହତ୍ୟାକାରୀ ଆତ୍ମସମର୍ପଣ କଲା । ଏହି ଘଟଣା ଏବେ ସମସ୍ତଙ୍କ ଭାରି ବ୍ୟଥିତ କରିଛି । ହତ୍ୟା ପରେ ବୌଦ୍ଧ ଆଦର୍ଶ ଥାନା ଥାନାରେ ହତ୍ୟାକାରୀ ଆତ୍ମସମର୍ପଣ କରିଛି ।

ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା କଲା ଆଉ ଜଣ ସିକ୍ୟୁରିଟି ଗାର୍ଡ । ବୌଦ୍ଧ ଖୁଣ୍ଟିଆପଡ଼ା ଯୋଗୀଭୋଗୋରା ରେଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା କରାଯାଇଛି । ମୃତକ ରାଉତବାହାଲ ଗାଁର ରଞ୍ଜନ ପ୍ରଧାନ ବୋଲି ଜଣାପଡିଛି । ଖୁଣ୍ଟିଆପଡ଼ା ଗାଁର ଅଭିଯୁକ୍ତ ଗାର୍ଡଙ୍କୁ ପୋଲିସ ଗିରଫ କରିଛି ।

ଉଭୟ ରେଳ ଲାଇନ ନିର୍ମାଣ କାର୍ଯ୍ୟରେ ଜଗୁଆଳି ଭାବେ ନିୟୋଜିତ ଥିଲେ । ଲୁହା ରଡ଼ ବିକ୍ରିକୁ ନେଇ ହତ୍ୟା ହୋଇଥିବା ସନ୍ଦେହ ହେଉଛି । । ଭୋଗରାଇ ରେଳ ବ୍ରିଜ ନିକଟରେ ଏହି ହତ୍ୟାକାଣ୍ଡ ହୋଉଛି । ଘଟଣା ସ୍ଥଳରେ ବୌଦ୍ଧ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

murder

ସୂଚନା ଅନୁସାରେ, ବୌଦ୍ଧ ଥାନା ଯୋଗୀଭଗୋରା ଗାଁରେ ରେଳ ପ୍ରକଳ୍ପ କାର୍ଯ୍ୟକୁ ସୁରକ୍ଷା ଦେବା ପାଇଁ ସିକ୍ୟୁରିଟି ଗାର୍ଡ ନିଯୁକ୍ତ ହୋଇଥିଲେ । ଦିନ ସମୟରେ ଜଣେ ଏବଂ ରାତି ସମୟରେ ଜଣେ ସିକ୍ୟୁରିଟି ଭାବେ କାର୍ଯ୍ୟ କରୁଥିଲେ । ରାତିରେ ରଞ୍ଜନ ଦାୟିତ୍ୱରେ ରହୁଥିବା ବେଳେ ଦିନରେ ପ୍ରକାଶ ରହୁଥିଲେ ।

ରବିବାର ପ୍ରକାଶ ବେହେରାଙ୍କ ଦିନ ବେଳା ଡ୍ୟୁଟି ଥିବା ବେଳେ ରାତିରେ ମୃତକ ରଞ୍ଜନ ପ୍ରଧାନ ଡ୍ୟୁଟି ଥିଲା । ଗତକାଲି ରାତିରେ ରଞ୍ଜନ ଦାୟିତ୍ୱ ଥିବା ବେଳେ ପ୍ରକାଶ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆଉ କିଛି ସମୟ ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ବଚସା ଉଗ୍ରରୂପ ନେଇଥିଲା । ପରେ ପ୍ରକାଶ ଏକ ଟାଙ୍ଗିଆ ଆଣି ରଞ୍ଜନ ହାଣି ହତ୍ୟା କରିଥିଲେ । ଘଟଣାସ୍ଥଳରେ ରଞ୍ଜନଙ୍କର ମୃତ୍ୟୁ ଘଟିଥିଲା।

ପରେ ହତ୍ୟାକାରୀ ବସ୍ ଯୋଗେ ପୁରୁଣା କଟକ ଥାନାକୁ ଯାଇ ସେଠାରେ ଆତ୍ମସମର୍ପଣ କରିଥିବା ଜଣା ପଡ଼ିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+