Get Updates
Get notified of breaking news, exclusive insights, and must-see stories!

ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ମାସେ ପୂରିଲା; ଏବେ ବି କ୍ରାଇମବ୍ରାଞ୍ଜ ଖୋଲିପାରୁନି ହତ୍ୟା ପଛର ରହସ୍ୟ...

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ଆଜି ମାସେ ପୂରିଲା । ଅଭିଯୁକ୍ତ ଗୋପାଳ ଦାସକୁ ଗିରଫ କରିବା ବ୍ୟତୀତ ତଦନ୍ତରେ ଆଉ କିଛି ଆଗେଇ ପାରିନି କ୍ରାଇମ୍‌ବ୍ରାଞ୍ଚ ।

naba das

ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ଆଜି ମାସେ ପୂରିଲା । ଅଭିଯୁକ୍ତ ଗୋପାଳ ଦାସକୁ ଗିରଫ କରିବା ବ୍ୟତୀତ ତଦନ୍ତରେ ଆଉ କିଛି ଆଗେଇ ପାରିନି କ୍ରାଇମ୍‌ବ୍ରାଞ୍ଚ । କିନ୍ତୁ ଗୋପାଳ କାହିଁକି ଶ୍ରୀ ଦାସଙ୍କୁ ହତ୍ୟା କଲା? ଏହା ବ୍ୟକ୍ତିଗତ ଶତ୍ରୁତା ଥିଲା ନା ସୁପାରି କିଲିଂ ? ଏହା ପଛରେ କିଛି ବ୍ୟାବସାୟିକ ଅବା ରାଜନୈତିକ ଲିଙ୍କ୍ ରହିଛି କି? ଏସବୁ ପ୍ରଶ୍ନ ଏବେ ବି ଅସମାହିତ ହୋଇ ରହିଯାଇଛି ।

ସେପଟେ ଦେଶର ପ୍ରମୁଖ ସଂସ୍ଥାକୁ ନିୟୋଜିତ କରି ସତ କାଢିବାକୁ ଉଦ୍ୟମ ଚଳାଇଛି କ୍ରାଇମବ୍ରାଞ୍ଚ । ଗୋପାଳ ଦାସକୁ ୧୩ ଦିନ ରିମାଣ୍ଡରେ ନେଇ ପଚରାଉଚରା କରାଯାଇଛି । ଗୁଜରାଟରେ ନାର୍କୋ ଟେଷ୍ଟ ମଧ୍ୟ ହୋଇଛି । ଏସସିବିର ମାନସିକ ଡାକ୍ତରଙ୍କ ଟିମ୍ ଓ ନିମହାନ୍ସର ଟିମ୍ ମଧ୍ୟ ଗୋପାଳର ମାନସିକ ସ୍ଥିତି ଯାଞ୍ଚ କରିଛନ୍ତି । ଏହା ପରେ ବି ହତ୍ୟାକାଣ୍ଡର କାରଣ ରହସ୍ୟରେ ରହିଛି । ଏହି ହତ୍ୟାକାଣ୍ଡକୁ ନେଇ ରାଜନୈତିକ ବୟାନବାଜି ମଧ୍ୟ ଜାରି ରହିଛି ।

ମାସେ ପରେ ବି ନବ ଦାସ ହତ୍ୟା ଘଟଣାର କୌଣସି ସୁରାକ ମିଳି ନ ଥିବାରୁ ବିରୋଧୀ ପ୍ରବଳ ହଂଗାମା କରିଛନ୍ତି । ଗୃହ ବାହାରେ ଓ ଭିତରେ ସରକାରଙ୍କୁ କଡା ସମାଲୋଚନା କରୁଛନ୍ତି ବିରୋଧୀ । ବିରୋଧୀ ଅଭିଯୋଗ କରୁଛନ୍ତି ଯେ କ୍ରାଇମବ୍ରାଞ୍ଚ କେବଳ ଗୋପାଳ ପାଖରେ ଅଟକି ଯାଇ ଅନ୍ୟ ଦିଗ ଗୁଡ଼ିକୁ ଅଣଦେଖା କରୁଛି। ତେଣୁ ହାଇକୋର୍ଟର ଜଣେ ପୂର୍ବତନ ବିଚାରପତିଙ୍କ ତତ୍ତ୍ବାବଧାନରେ ଏହି ଯାଞ୍ଚ ଚାଲିଥିବାରୁ ବିରୋଧୀ ଦଳ ଏହି ବ୍ୟବସ୍ଥାରେ ଆସ୍ଥା ରଖୁ ବୋଲି କଂଗ୍ରେସ ଓ ବିଜେପି ପରାମର୍ଶ ଦେଇଛନ୍ତି । ତେବେ ଆସନ୍ତୁ ନଜର ପାଇବା ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ଏଯାଏଁ ପୂରା ଘଟଣାକ୍ରମ...

naba das

ହତ୍ୟାକାଣ୍ଡର ଘଟଣାକ୍ରମ:

ଜାନୁଆରୀ ୨୯

ଜାନୁୟାରୀ ୨୯ ଦିନ ପ୍ରାୟ ୧୨ଟାରେ ବ୍ରଜରାଜନଗରରେ ନବ ଦାସଙ୍କୁ ଗୁଳି କରିଥିଲା ଏସଆଇ ଗୋପାଳ ଦାସ । ନଗରପାଳ, ଉପନଗରପାଳ ଗ୍ରିଭାନ୍ସ ସେଲର ଉଦଘାଟନ ଉତ୍ସବରେ ଯୋଗ ଦେବାକୁ ପହଞ୍ଚିଥିଲେ ମନ୍ତ୍ରୀ । ଗାନ୍ଧୀ ଛକ ନିକଟରେ ତାଙ୍କୁ ସ୍ୱାଗତ କରିବା ପାଇଁ ବିଜେଡି କର୍ମୀମାନେ ଭିଡ଼ ଜମାଇଥିଲେ । କାର ଡୋର ଖୋଲି ବାହାରକୁ ବାହାରିବା ମାତ୍ରେ ନବ ଦାସଙ୍କୁ ଗୁଳି କରିଥିଲେ ଏସଆଇ ଗୋପାଳ ଦାସ । ଆଉ ସେଠାରେ ଖସିଯିବା ବେଳେ ନବଦାସଙ୍କ ସମର୍ଥକ ଓ ପୋଲିସ କର୍ମଚାରୀ ଗୋପାଳଙ୍କୁ କାବୁ କରିଥିଲେ ।

ଗୁରୁତର ଅବସ୍ଥାରେ ମନ୍ତ୍ରୀଙ୍କୁ ଝାରୁସୁଗୁଡାରୁ ଏୟାରଲିଫ୍ଟ କରାଯାଇ ଭୁବନେଶ୍ୱର ଅଣାଯାଇଥିଲା । ଏହାପରେ ଆପୋଲୋ ହସ୍ପିଟାଲରେ ଏକ ସ୍ୱତନ୍ତ୍ର ଡାକ୍ତରୀଦଳ ଚିକିତ୍ସା ଆରମ୍ଭ କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ନବ ଦାସଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଥିଲା । ପର ଦିନ ଗାର୍ଡ ଅଫ ଅନର ଦିଆଯିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ନବ ଦାସଙ୍କ ଶେଷ କୃତ୍ୟ ସମ୍ପଣ୍ଣ ହୋଇଥିଲା ।

ଜାନୁୟାରୀ ୩୧

ଗୁଳିମାଡ ଦିନ ହିଁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଜାନୁୟାରୀ ୨୯ରେ କ୍ରାଇମବ୍ରାଞ୍ଚ ଟିମ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ବ୍ରଜରାଜନଗରରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଏହାପରେ ରାତିରେ ଗୋପାଳକୁ ଜେରା କରିବା ସହ ତାର ହେଣ୍ଡ ସ୍ୱାବ ନେଇଥିଲା ତଦନ୍ତକାରୀ ଟିମ୍ । ପରେ ଜାନୁୟାରୀ ୩୧ ତାରିଖରେ କ୍ରାଇମ ସ୍ପଟକୁ ଯାଇଁ ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ଫେବୟାରୀ ୧ ରେ ଘଟଣାସ୍ଥଳରେ ପହଞ୍ଚି ସାଇନଟିଫିକ୍ ଟିମ ପ୍ରମାଣ ସଂଗ୍ରହ କରିଥିଲେ ।

ଫେବୃଆରୀ ୨

ତେହେ ହତ୍ୟାକାଣ୍ଡ ମାମଲାକୁ ନେଇ ନାଟକୀୟ ଭାବେ ସାମନାକୁ ଆସିଥିଲା ରୋଚକ ତଥ୍ୟ । ଝାରସୁଗୁଡା ବିମାନବନ୍ଦର ଥାନା ପାଇଖାନା ଟାଙ୍କିରୁ ଜବତ ହୋଇଥିଲା କେତେକ କାଗଜ ଟୁକୁଡା । ଗୋପାଳ ସେହି କାଗଜରେ ହତ୍ୟାକାଣ୍ଡର କାରଣ ଲେଖିଥିବା କହିଥିଲା କ୍ରାଇମବ୍ରାଞ୍ଚ ।

ଫେବୃଆରୀ ୭

ଫେବୃୟାରୀ ୭ତାରିଖରେ ଗୋପାଳଙ୍କୁ କଡା ସୁରକ୍ଷାରେ ଗୋପାଳକୁ ସାଙ୍ଗରେ ନେଇ ବ୍ରଜରାଜନଗର କ୍ରାଇମ୍ ସ୍ପଟରେ ପହଁଚିଥିଲା କ୍ରାଇମବ୍ରାଞ୍ଚ ଟିମ୍ । କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ସହ ପୋଲିସର କଡା ସୁରକ୍ଷା ଭିତରେ ଘଟଣାସ୍ଥଳରେ ସିନ ରିକ୍ରିଏସନ କରିଥିଲା ଗୋପାଳ ।

ଫେବୃଆରୀ ୮

ଗୋପାଳ ତଦନ୍ତ ବେଳେ ସତ କହୁଛି ନା ମିଛ ତାହା ଜାଣିବା ପାଇଁ ୫ ଦିନିଆ ରିମାଣ୍ଡ ଅବଧିରେ ପଲିଗ୍ରାଫ ଓ ନାର୍କୋ ଟେଷ୍ଟ କରିବା ପାଇଁ ଗୁଜୁରାଟ ନେଇଥିଲା କ୍ରାଇମବ୍ରାଞ୍ଚ ଟିମ୍ । କୋର୍ଟଙ୍କ ଅନୁମତି ପରେ ଗୁଜୁରାଟ ନେବା ବେଳେ ଝାରସୁଗୁଡା ବିମାନ ବନ୍ଦରରେ ଗୋପାଳ ଦାସର ହସ କ୍ୟାମେରାରେ କଏଦ ହୋଇଥିଲା ।

ଫେବୃଆରୀ ୧୪

ସୁରକ୍ଷା ଦୃଷ୍ଟିରୁ ଫେବୃୟାରୀ ୧୪ରେ ଗୋପାଳ ଦାସକୁ ଝାରସୁଗୁଡା ସବଜେଲରୁ ଚୌଦ୍ୱାରର ସର୍କଲ ଜେଲକୁ ଆଣା ଯାଇଥିଲା । ଝାରସୁଗୁଡ଼ା ଏସଡିଜେଏମ୍ କୋର୍ଟଙ୍କ ଅନୁମତି ପରେ ସ୍ଥାନୀୟ ସବଜେଲରୁ ଗୋପାଳକୁ ସ୍ଥାନାନ୍ତର କରି ଚୌଦ୍ୱାର ଜେଲ୍ର ସେଲ ନମ୍ବର ୩ରେ ରଖାଯାଇଛି ।

ଫେବୃଆରୀ ୨୭

ଗତକାଲି ବିଧାନସଭରେ ଗୋପାଳ ଦାସ ଚାକିରୀ କାଳରେ ପାଇଥିବା ପୁରସ୍କାର ଓ ପଦୋନ୍ନତି ବାବଦରେ ଗୃହରାଷ୍ଟ୍ର ମନ୍ତ୍ରୀ ବିବୃତି ଦେଇଥିଲେ । ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଗୃହରାଷ୍ଟ୍ର ମନ୍ତ୍ରୀ କହିଥିଲେ ଗୋପାଳ ଦାସକୁ ଚାକିରୀ କାଳ ଭିତରେ ଥରେ ପଦୋନ୍ନତି ଓ ୧୮ ଥର ପୁରସ୍କାର ଦିଆଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+