ବିଦ୍ୟାଳୟରୁ ଚୋରି ମାମଲାରେ ଦୁଇ ଅଭିଯୁକ୍ତ ସହ ଜଣେ ନାବାଳକ ଗିରଫ
ବିଦ୍ୟାଳୟରୁ ଚୋରି ମାମଲାରେ ଦୁଇ ଅଭିଯୁକ୍ତ ସହ ଜଣେ ନାବାଳକ ଗିରଫ ହୋଇଛନ୍ତି । କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଆରପାଜୁ ଗ୍ରାମପଞ୍ଚାୟତ ବୁଢାରାକାଡ଼ି ପଞ୍ଚାୟତ ହାଇସ୍କୁଲ ରେ ଗତ ୩୧ ତାରିଖରେ ହୋଇଥିବା ଚୋରି ଘଟଣା ପରେ ପ୍ରଧାନ ଶିକ୍ଷୟତ୍ରୀ ଖଜୁରୀପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ଅଭିଯୋଗ ପରେ ପୋଲିସ ତୁରନ୍ତ ଥାନାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଖଜୁରୀପଡ଼ା ପୋଲିସ ଅଞ୍ଚଳରେ ଚଢ଼ାଉ କରି ଚୋରି ସାମଗ୍ରୀ ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ମୁଖ୍ୟ ଅଭିଯୁକ୍ତ ହେଲେ ଦରଡ଼ା ଗ୍ରାମର ସୁମନ୍ତ ନାୟକ ଏବଂ ଜଣେ ନାବାଳକ ସାମିଲ ଥିବାବେଳେ ଚୋରି ସାମଗ୍ରୀ ରଖିଥିବା ଅନ୍ୟ ଅଭିଯୁକ୍ତ ହେଲା ବୁରୁପଦା ଅଂଚଳର ଦୀପକ କହଁର ।

ସେହିଭଳି ଚୋରି କାର୍ଯ୍ୟରେ ସାମିଲ ଥିବା ଅନ୍ୟ ଦୁଇ ଅଭିଯୁକ୍ତ ନାବାଳକ ଫେରାର ଥିବା ପୋଲିସ ସୂଚନା ଦେଇଛି । ଖୁବ ଶୀଘ୍ର ସେମାନଙ୍କୁ ମଧ୍ୟ ଧରାଯିବ ବୋଲି ଆଜି ପ୍ରେସମିଟରେ ସଦର ଏସ୍ଡ଼ିପିଓ ଶ୍ରୀ ସୁପ୍ରସନ୍ନ ମଲ୍ଲିକ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ, ପଞ୍ଚାୟତ ହାଇସ୍କୁଲ ରେ ଗତ ୩୧ ତାରିଖରେ ହୋଇଥିବା ଚୋରି ହୋଇଥିଲା । ପରେ ପ୍ରଧାନ ଶିକ୍ଷୟତ୍ରୀ ଖଜୁରୀପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ତୁରନ୍ତ ଥାନାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଆଉ ବିଦ୍ୟାଳୟରୁ ଚୋରି ମାମଲାରେ ଦୁଇ ଅଭିଯୁକ୍ତ ସହ ଜଣେ ନାବାଳକ ଗିରଫ କରିଛି ପୋଲିସ ।












Click it and Unblock the Notifications