ଓଲା ଡ୍ରାଇଭରଙ୍କ ମାଡ଼ରେ ପାସେଞ୍ଜର ମୃତ୍ୟୁ
ଓଲା ଡ୍ରାଇଭରଙ୍କ ମାଡ଼ରେ ପାସେଞ୍ଜରଙ୍କ ମୃତ୍ୟୁ । ଏଭଳି ଘଟଣା ଘଟିଛି ଚେନ୍ନାଇରେ । ଓଟିପି ଆର୍ଥାତ୍ ୱାନ୍ ଟାଇମ୍ ପାସୱାର୍ଡକୁ ନେଇ ଆରମ୍ଭ ହୋଇଥିଲା ଗଣ୍ତଗୋଳ ।
ଚେନ୍ନାଇ: ଓଲା ଡ୍ରାଇଭରଙ୍କ ମାଡ଼ରେ ପାସେଞ୍ଜର ମୃତ୍ୟୁ । ଏଭଳି ଘଟଣା ଘଟିଛି ଚେନ୍ନାଇରେ । ଓଟିପି ଆର୍ଥାତ୍ ୱାନ୍ ଟାଇମ୍ ପାସୱାର୍ଡକୁ ନେଇ ଆରମ୍ଭ ହୋଇଥିଲା ଗଣ୍ତଗୋଳ ।
ଉଭୟଙ୍କ ମଧ୍ୟରେ ଓଟିପିକୁ ନେଇ ଅନେକ ସମୟ ଝଗଡ଼ା ହୋଇଥିଲା ଯାହା ପରେ କ୍ୟାବ ଡ୍ରାଇଭଲଙ୍କ ମାଡ଼ରେ ଘଟଣାସ୍ଥଳରେ ଚାଲିଯଆଇଥିଲା ଉମେନ୍ଦ୍ର ନାମକ ଜଣେ ବ୍ୟକ୍ତିଙ୍କ ଜୀବନ ।
ପରବର୍ତ୍ତି ସମୟରେ ପୋଲିସ ପହଁଚି ଓଲା ଡ୍ରାଇଭରଙ୍କୁଗିରଫ କରିଛି ।

ଉମେନ୍ଦ୍ର କୋଏମ୍ବଟୁରରେ ଏକ ଘରୋଇ ସଫ୍ଟୱେର୍ କମ୍ପାନୀରେ କାର୍ଯ୍ୟରତ ଥିଲେ । ସେଠାରେ ସେ ନିଜ ପରିବାର ସହ ରହୁଥିଲେ .ତେବେ ଗତ ରବିବାର ଦିନ ଫିଲ୍ମ
ଦେଖି ଘରକୁ ଫେରିବା ସମୟରେଉମେନ୍ଦ୍ରଙ୍କ ପତ୍ନୀ କ୍ୟାବ ବୁକ କରିଥିଲେ । ଓଟିପିରେ କିଛି ତୃଟି ଅଛି ବୋଲି ଜଣାଇଥିଲେ ଡ୍ରାଇଭର ରବି । ଯାହା ପରେ ଉଭୟଙ୍କ
ମଧ୍ୟ ଆରମ୍ଭ ହୋଇଥିଲା ଯୁକ୍ତିତର୍କ ।ହେଲେ ଏତିକିରେ ଅଟକିନଥିଲେ କ୍ୟାବ୍ ଡ୍ରାଇଭର କାର ଓହ୍ଲାଇଦେବା ସହ ଜୋରଜବରଦସ୍ତି ଡୋର ମଧ୍ୟ ବନ୍ଦ କରି ଦେଇଥିଲେ ।
ଡ୍ରାଇଭର ଜଣକ ଉମେନ୍ଦ୍ରଙ୍କ ମୁହଁକୁ ବାରମ୍ବାର ମାରିବାରୁ ସେ ବେହୋସ ହୋଇପଡିଥିଲେ ବୋଲି କହିଛନ୍ତି ଉମେନ୍ଦ୍ରଙ୍କ ପତ୍ନୀ । ଯାହାପରେ ତାଙ୍କୁ ନିକଟସ୍ଥ ମେଡିକାଲକୁ
ନିଆଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ପୋଲିସ ଡ୍ରାଇଭରଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।












Click it and Unblock the Notifications