For Quick Alerts
Turn On Notification  
For Daily Alerts
Oneindia App Download

ପ୍ରେମିକା ଘର ଆଗରେ ପ୍ରେମିକର ମୃତ୍ୟୁ: ପାଖରେ ପଡିଛି ଛୁରୀ, ବଢୁଛି ସସପେନ୍ସ

ନୂଆବର୍ଷରେ ଗଲା ପ୍ରେମିକର ଜୀବନ । ପ୍ରେମିକାର ଘର ଆଗରୁ ମିଳିଲା ପ୍ରେମିକର ମୃତଦେହ । ବଲାଙ୍ଗିର ଜିଲ୍ଲା ସଦରଥାନା ଦୁଆନପାଲି ଗାଁରେ ଗତକାଲି ଘଟିଛି ଏପରି ଘଟଣା । ନାବାଳିକା ପ୍ରେମିକା ଘର ସମ୍ମୁଖରେ ଛଟପଟ ହୋଇ ନୂଆବର୍ଷରେ ପ୍ରେମିକ ଜୀବନ ହାରିଛି ।

|

ବଲାଙ୍ଗିର: ନୂଆବର୍ଷରେ ଗଲା ପ୍ରେମିକର ଜୀବନ । ପ୍ରେମିକାର ଘର ଆଗରୁ ମିଳିଲା ପ୍ରେମିକର ମୃତଦେହ । ବଲାଙ୍ଗିର ଜିଲ୍ଲା ସଦରଥାନା ଦୁଆନପାଲି ଗାଁରେ ଗତକାଲି ଘଟିଛି ଏପରି ଘଟଣା । ନାବାଳିକା ପ୍ରେମିକା ଘର ସମ୍ମୁଖରେ ଛଟପଟ ହୋଇ ନୂଆବର୍ଷରେ ପ୍ରେମିକ ଜୀବନ ହାରିଛି ।

Balangir

ତେବେ ଘଟଣାକୁ ନେଇ ଏବେ ବଢିବାରେ ଲାଗିଛି ସସପେନ୍ସ । କାରଣ ମୃତଦେହ ପଡ଼ିଥିବା ସ୍ଥାନରୁ ଶହେ ମିଟର ଦୂରତାରେ ଛୁରୀ ପଡ଼ିଥିବା ବେଳେ ଜଙ୍ଗଲରୁ ମିଳିଛି ଚପଲ । ତେଣୁ ଏହା ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ । ମୃତକ ଜଣକ ହେଲେ ଦେଓଗାଁ ଥାନା କୁମପଥର ଗାଁର ଗାନ୍ଧି ଷାଣ୍ଡ । ତାଙ୍କ ମୃତ୍ୟୁକୁ ୨ ଦିନ ପୂରି ଥିବା ବେଳେ ତାଙ୍କ ମୃତଦେହ ଦୁଆନପାଲି ଗାଁର ଜଣେ ନାବାଳିକାଙ୍କ ଘର ସମ୍ମୁଖର ଗାଁ ଦାଣ୍ଡରେ ପଡ଼ି ରହିଛି।

ସୂଚନା ଅନୁସାରେ, ସ୍ଥାନୀୟ କଲେଜରେ ପଢୁଥିଲେ ଉଭୟ ଯୁବକ-ଯୁବତୀ । ପରସ୍ପର ପ୍ରତି ଥିଲା ନିବିଡ଼ ଭଲ ପାଇବା । ପରିବାର ଲୋକେ କିନ୍ତୁ ସଂପର୍କକୁ ଗ୍ରହଣ କରୁ ନଥିଲେ । ଗତ ନୂଆଖାଇରେ ପ୍ରେମିକ-ପ୍ରେମିକା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଉଭୟଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ ପରିବାର ଲୋକେ । ପରେ ଉଭୟଙ୍କ ମିଳାମିଶାରେ ରୋକ ଲାଗିଥିଲା ।

ନୂଆ ବର୍ଷରେ ପ୍ରେମିକାକୁ ଭେଟିବା ପାଇଁ ଆସିଥିଲେ ଗାନ୍ଧୀ ଷାଣ୍ଢ । ତେବେ କେବଳ ଦେଖା କରିବାକୁ ଆସିଥିଲେ ନା ଉଭୟ ଫେରାର ହେବାକୁ ଯୋଜନା କରିଥିଲେ ତାହାକୁ ନେଇ ଦେଖାଦେଇଛି ସନ୍ଦେହ । କାରଣ ଯୁବକଜଣ ସାଙ୍ଗରେ ଏକ ଚାର୍ଜର ଓ ନିଜର ଏକ ଡ୍ରେସ ବି ଆଣିଥିଲେ । ଉଭୟ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଯୁବତୀଙ୍କ ପରିବାର ଲୋକଙ୍କ ହାବୁଡ଼ରେ ପଡ଼ିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ତେବେ ଗତକାଲି ସକାଳେ ପ୍ରେମିକାଙ୍କ ଘର ସମ୍ମୁଖରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କୁ ଦେଖି ପୋଲିସକୁ ଲୋକେ ଖବର ଦେଇଥିଲେ । ଫଳରେ ଘଟଣା ସ୍ଥଳରେ ପୋଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆଜି ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି । ତଦନ୍ତ ପରେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି ।

ଅନ୍ୟପଟେ ଝିଅ ଘର ଲୋକେ ପୁଅକୁ ମାରିବା ପରେ ତା' ପେଟରେ ଛୁରୀ ଭୁସି ଦେଇଥିବା ମୃତ ଯୁବକଙ୍କ ପରିବାର ଲୋକେ କହୁଥିବା ବେଳେ ଏହାକୁ କିନ୍ତୁ ଅସ୍ୱୀକାର କରିଛନ୍ତି ଯୁବତୀଙ୍କ ପରିବାର ସଦସ୍ୟ । ତେବେ ମୃତ୍ୟୁ କିପରି ହେଲା ଓ ଏହା ପଛର କାରଣ କ'ଣ ତାହା ଉପରୁ ପରଦା ହଟାଇବାକୁ ତଦନ୍ତ ଆରମ୍ଭ କରିଛି ସଦର ଥାନା ପୋଲିସ୍‌।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha: Youth Dead Body Found in front of his Girlfriend's House in Balangir
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X