For Quick Alerts
Turn On Notification  
For Daily Alerts
Oneindia App Download

ବିଶ୍ୱାସ ଭାଙ୍ଗିଲା ପ୍ରେମିକା ! ଦେହରେ ନିଆଁ ଲଗାଇ ଦେଲା ପ୍ରେମିକ

ପ୍ରେମିକାର ଅନ୍ୟ ପୁଅ ସହ ବାହା ହେବାକୁ ନେଇ ଓଡ଼ିଶାରେ ଘଟିଛି ଅଭାବନୀୟ ଘଟଣା । ଦେହରେ ନିଆଁ ଲଗାଇ ଦେଇଛି ପ୍ରେମିକ ।

|

ବାରିପଦା : ପ୍ରେମିକାକୁ ନେଇ ଆଖିରେ ଅସୁମାରୀ ସ୍ୱପ୍ନ । ବାହା ହୋଇ ପ୍ରେମିକାକୁ ସ୍ୱିକୃତୀ ଦେବାକୁ ଭରପୁର ପ୍ରୟାସ । ହେଲେ ଏହି ସବୁ ଭିତରେ ଯେତେବେଳେ ମୋଡ଼ ବଦାଳାଏ ସମ୍ପର୍କ । ପ୍ରେମିକାର ଅନ୍ୟ ପୁଅ ସହ ବାହା ହେବାକୁ ନେଇ ଓଡ଼ିଶାରେ ଘଟିଛି ଅଭାବନୀୟ ଘଟଣା । ଦେହରେ ନିଆଁ ଲଗାଇ ଦେଇଛି ପ୍ରେମିକ ।
ଇଂରାଜୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବାରିପଦା ବେତନଟୀ ଅଞ୍ଚରେ ରୁହନ୍ତି ବୈଦ୍ୟନାଥ । ସେହି ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ ବୈଦ୍ୟନାଥ । ତେବେ ପ୍ରେମିକା ଜଣଙ୍କ ଅନ୍ୟ ଜଣେ ପୁଅଙ୍କୁ ବିବାହ କରିଥିଲେ ।

ଆତ୍ମହୁତି ଉଦ୍ୟମ

ଏହି ଘଟଣା ପର ଠାରୁ ବୈଦ୍ୟନାଥ ମାନସିକ ଚିନ୍ତାରେ ରହିଥିଲେ । ଗତ ବୁଧବାର ଘରେ କେହି ନଥିବା ବେଳେ ବୈଦ୍ୟନାଥ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ । ବୈଦ୍ୟନାଥଙ୍କ ଚିତ୍କାର ଶୁଣି ପଡୋଶୀ ଲୋକ ଆସି ତାଙ୍କୁ ଉଦ୍ଧାର କରିବା ସହ ତୁରନ୍ତ ହସ୍ପିଟାଲ ନେଇଥିଲେ । ବୈଦ୍ୟନାଥ ଏବେ ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ନିଆଁରେ ତାଙ୍କର 70 ଭାଗ ଶରୀର ପୋଡି ଯାଇଥିବା ଡାକ୍ତର କହିଛନ୍ତି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂଙ୍କଟାପନ୍ନ ରହିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha Youth Attempts Self Immolation as Girlfriend Gets Married to Another Person
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X