ପାଠ ନ ପଢ଼ିବାରୁ ବଡ଼ ଭାଇର ନିସ୍ତୁକ ମାଡ଼ରେ ସାନ ଭାଇ ମୃତ

ବଡ଼ ଭାଇ ମାଡ଼ରେ ସାନ ମୃତ । ଭୁବନେଶ୍ୱରରେ ଘଟିଛି ଏମିତି ଅଭାବନୀୟ ଘଟଣା । ନୟାପଲ୍ଲୀ ଥାନା ଅନ୍ତର୍ଗତ ନୂଆସାହିରେ ବଡ଼ଭାଇର ନିସ୍ତୁକ ମାଡ଼ରେ ସାନର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ରାଜମୋହନ ସେନାପତି । ଅଭିଯୁକ୍ତ ବିଶ୍ବମୋହନ ସେନାପତିକୁ ପୋଲିସ

ଭୁବନେଶ୍ୱର: ବଡ଼ ଭାଇ ମାଡ଼ରେ ସାନ ମୃତ । ଭୁବନେଶ୍ୱରରେ ଘଟିଛି ଏମିତି ଅଭାବନୀୟ ଘଟଣା । ନୟାପଲ୍ଲୀ ଥାନା ଅନ୍ତର୍ଗତ ନୂଆସାହିରେ ବଡ଼ଭାଇର ନିସ୍ତୁକ ମାଡ଼ରେ ସାନର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ରାଜମୋହନ ସେନାପତି । ଅଭିଯୁକ୍ତ ବିଶ୍ବମୋହନ ସେନାପତିକୁ ପୋଲିସ ଗିରଫ କରିଛି ।

Crime

ସୂଚନା ମୁତାବକ, ସାନ ଭାଇ ରାଜମୋହନ ସେନାପତି ଏମ୍‌ବିଏ ପଢ଼ିବା ପରେ ବିଭିନ୍ନ କମ୍ପିଟିଟିଭ ପରୀକ୍ଷା ଦେଉଥିଲେ । ହେଲେ ଭଲ କରି ପରିଶ୍ରମ କରୁ ନଥିବାରୁ ସାନ ଭାଇ ରାଜମୋହନଙ୍କୁ ତାଗିଦ କରିଥିଲେ ବଡ଼ଭାଇ ବିଶ୍ୱମୋହନ । ଏହି କଥାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍ତେଜିତ ରାଜମୋହନଙ୍କୁ ବଡ଼ ଭାଇ ବିଶ୍ୱମୋହନ ମାଡ଼ ମାରିଥିଲେ। ଏଥିରେ ରାଜମୋହନଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି ।

ସୂଚନା ପାଇ ନୟାପଲ୍ଲୀ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ୩୦୨ ଦଫାରେ ଉଚ୍ଚ ଶିକ୍ଷିତ ଏମ୍‌ବିଏ ପଢ଼ୁଆ ବିଶ୍ବମୋହନ ନାଁରେ ଏକ ମାମଲା ରୁଜୁ କରି ଗିରଫ କରିଛି । ପୋଲିସ ଘଟଣାର ଅଧିକ ତଦନ୍ତ କରୁଥିବା ବେଳେ ପରିବାରରେ ଶୋକର ଲହରୀ ଖେଳି ଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+