ବଢ଼ିଲା ଓସିଏର ଟେନସନ୍, ଜବତ ହୋଇଥିବା ସୁଇସାଇଡ୍ ନୋଟ ରାଜଶ୍ରୀଙ୍କର ବୋଲି ସ୍ପଷ୍ଟ
ମହିଳା ଖେଳାଳି ରାଜଶ୍ରୀ ସ୍ୱାଇଁ ମୃତ୍ୟୁ ଘଟଣାରେ ତାଙ୍କ ସ୍କୁଟି ଭିତରୁ ଜବତ ହୋଇଥିବା ହାତଲେଖା ନୋଟ୍ ବା ସୁଇସାଇଡାଲ ତାଙ୍କର ବୋଲି ଜଣାପଡିଛି । ହାତଲେଖା ନୋଟକୁ ତଦନ୍ତ ପାଇଁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇଥିଲା ।

କଟକ: ମହିଳା ଖେଳାଳି ରାଜଶ୍ରୀ ସ୍ୱାଇଁ ମୃତ୍ୟୁ ଘଟଣାରେ ତାଙ୍କ ସ୍କୁଟି ଭିତରୁ ଜବତ ହୋଇଥିବା ହାତଲେଖା ନୋଟ୍ ବା ସୁଇସାଇଡାଲ ତାଙ୍କର ବୋଲି ଜଣାପଡିଛି । ହାତଲେଖା ନୋଟକୁ ତଦନ୍ତ ପାଇଁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇଥିଲା । ଏବେ ଏହି ହାତଲେଖା ନୋଟ୍ ରାଜଶ୍ରୀଙ୍କର ବୋଲି ସ୍ପଷ୍ଟ ହୋଇଥିବା ଗୁରୁଡ଼ିଝାଟିଆ ପୋଲିସ ସ୍ପଷ୍ଟ କରିଛି ।
ରାଜଶ୍ରୀ ତାଙ୍କ ମୃତ୍ୟୁ ପାଇଁ କୋଚ୍ ଓ ମାଣ୍ଡେଲା ସାରଙ୍କୁ ଦାୟୀ କରିଥିବା ଉଲ୍ଲେଖ କରିଥିବା ଦର୍ଶାଯାଇଥିଲା । ଏବେ ରିପୋର୍ଟ ଆସିବା ପରେ ଚିଠିରେ ଲେଖାଥିବା ବ୍ୟକ୍ତିଙ୍କ ବିରୋଧରେ କ'ଣ ତଦନ୍ତ ହେଉଛି ତାକୁ ଅପେକ୍ଷା । ଚୟନ କମିଟିରେ ମାଣ୍ଡେଲା ନଥିଲେ ବି ଖେଳାଳି ଚୟନରେ ତାଙ୍କର ବଡ଼ ଭୂମିକା ରହିଛି ବୋଲି କୁହାଯାଉଛି। ଜାନୁଆରୀ ୧୩ ତାରିଖରେ ଗୁରୁଡିଝାଟିଆ ଅଞ୍ଚଳ ସୁବାସି ସଂରକ୍ଷିତ ଜଙ୍ଗଲରୁ ପୁରୀ ଜିଲ୍ଲା ରାମଚଣ୍ଡୀ ଥାନା ଅଞ୍ଚଳର ରାଜଶ୍ରୀ ସ୍ୱାଇଁଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ସେ ପ୍ରାୟ ୧୩ ବର୍ଷ ଧରି ଓସିଏରେ ଖେଳି ଆସୁଥିଲେ । ପୁଡୁଚେରୀରେ ହେବାକୁ ଯାଉଥିବା ବରିଷ୍ଠ ମହିଳା ଦିନିକିଆ କ୍ରିକେଟର ପ୍ରଥମ ତିନି ମ୍ୟାଚ୍ ପାଇଁ ତାଙ୍କ ନାଁ ବାଦ୍ ପଡ଼ିଥିଲା ।
ଅନ୍ୟପଟେ ରାଜଶ୍ରୀଙ୍କ ମୃତ୍ୟୁ ବାବଦରେ ସ୍ପଷ୍ଟ ସୂଚନା ଆସିନାହିଁ। ହେଲେ ଶ୍ବାସରୁଦ୍ଧରୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ରିପୋର୍ଟରେ ଉଲ୍ଲେଖ କରିଥିବା ସୂଚନା ରହିଛି। ସେହିପରି ରାଜଶ୍ରୀଙ୍କ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର ମଧ୍ୟ ରିପୋର୍ଟ ପ୍ରଦାନ କରିଛନ୍ତି କିନ୍ତୁ ଏବେ ଭିସୋରା ରିପୋର୍ଟକୁ ଅପେକ୍ଷା କରାଯାଇଥିବା ସଚନା ରହିଛି ।












Click it and Unblock the Notifications