Get Updates
Get notified of breaking news, exclusive insights, and must-see stories!

ରାଜଶ୍ରୀଙ୍କ ମୁଣ୍ଡ ଓ ମୁହଁରେ କ୍ଷତ ଚିହ୍ନ; ହତ୍ୟା ଅଭିଯୋଗ ଆଣିଲେ ମହିଳା କ୍ରିକେଟରଙ୍କ ବାପା

ମୃତଦେହ ରାଜଶ୍ରୀଙ୍କର ବୋଲି ସ୍ପଷ୍ଟ ହେବା ପରେ ତାଙ୍କ ଦେହରେ କ୍ଷତଚିହ୍ନ ରହିଥିବା ସୂଚନା ମିଳିଛି । ରାଜଶ୍ରୀଙ୍କ ମୁଣ୍ଡ ଓ ଆଖିପତାରେ କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଛି । ତେବେ ଶରୀରରେ କ୍ଷତଚିହ୍ନ ଠାବ ପରେ ମୃତ୍ୟୁକୁ ନେଇ ବଢ଼ୁଛି ସସପେନ୍ସ ।

କଟକ: ଓଡିଶା ଅଣ୍ଡର 19 ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ଆଜି କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ସୁବାଷି ରିଜର୍ଭ ଫରେଷ୍ଟରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ମୃତଦେହ ରାଜଶ୍ରୀଙ୍କର ବୋଲି ସ୍ପଷ୍ଟ ହେବା ପରେ ତାଙ୍କ ଦେହରେ କ୍ଷତଚିହ୍ନ ରହିଥିବା ସୂଚନା ମିଳିଛି । ରାଜଶ୍ରୀଙ୍କ ମୁଣ୍ଡ ଓ ଆଖିପତାରେ କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଛି । ତେବେ ଶରୀରରେ କ୍ଷତଚିହ୍ନ ଠାବ ପରେ ମୃତ୍ୟୁକୁ ନେଇ ବଢ଼ୁଛି ସସପେନ୍ସ ।

ରାଜଶ୍ରୀ ସ୍ୱାଇଁ

ଅନ୍ୟପଟେ ରାଜଶ୍ରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ବାପା । ରାଜଶ୍ରୀଙ୍କୁ ଓସିଏ ବାଲା ମାରି ଟାଙ୍ଗି ଦେଇଥିବା ଗଣମାଧ୍ୟମ ସାମ୍ନାରେ କହିଛନ୍ତି ତାଙ୍କ ବାପା । ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଉ। ଆମକୁ ନ୍ୟାୟ ଦରକାର ବୋଲି କହିଛନ୍ତି ରାଜଶ୍ରୀଙ୍କ ବାପା । ସେହିପରି ଘଟଣାରେ ଓସିଏ ଓ କୋଚ ଙ୍କୁ ଦାୟୀ କରିଛନ୍ତି ରାଜଶ୍ରୀଙ୍କ ଭଉଣୀ । ସେପଟେ କୋଚ୍‌ ପୁଷ୍ପାଞ୍ଜଳି ବାନାର୍ଜୀ କହିଛନ୍ତି, ରାଜଶ୍ରୀ ଖୁସମିଜାଜ ଝିଅ ଥିଲେ। ସେ ରାଗିବାର ମୁଁ କେବେ ଦେଖି ନାହିଁ। ଦଳ ଚୟନରେ କିଛି ଅନିୟମିତତା ହୋଇ ନାହିଁ।

ତେବେ ଆଜି (ଶୁକ୍ରାବାର) ପ୍ରଥମ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଓରନ୍ଦା ଜଙ୍ଗଲ ରାସ୍ତାରୁ ରାଜଶ୍ରୀଙ୍କର ସ୍କୁଟି ମିଳିବା ପରେ ଆଖପାଖ ଅଞ୍ଚଳରେ ଖୋଜା ଖୋଜି ଆରମ୍ଭ ହୋଇଥିଲା । ଖୋଜା ଖୋଜି ପରେ ସ୍କୁଟି ଓ ହେଲମେଟ୍‌ ମିଳିଥିବା ସ୍ଥାନଠାରୁ ପ୍ରାୟ ୨୦୦ ମିଟର ଦୂରରେ ରାଜଶ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିଥିଲା । ଗଛରେ ଏକ ଓଢ଼ଣୀରେ ତାଙ୍କ ମୃତଦେହ ଝୁଲି ରହିଥିଲା। ମୃତଦେହ ପାଖରେ ତାଙ୍କ ଚପଲ ପଡ଼ିଥିଲା। ମଙ୍ଗଳବାଗ ଥାନା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍ ଘଟଣାସ୍ଥଳରେ ଯାଞ୍ଚ ଚଳାଇଛି ।

ଉଲ୍ଲେଖଥାଉ କି, ଗତ ୧୧ ତାରିଖରୁ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ନିଖୋଜ ଥିଲେ । ଏନେଇ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ କୋଚ୍ ପୁଷ୍ପାଞ୍ଜଳି । ସୂଚନା ଅନୁସାରେ ୨୫ ଜଣିଆ ମହିଳା କ୍ରିକେଟର ପ୍ରଶିକ୍ଷଣ ଶିବିରରେ ରାଜଶ୍ରୀ ଯୋଗ ଦେଇଥିଲେ । ଆସନ୍ତା ୧୫ ତାରିଖରେ ବରିଷ୍ଠ ମହିଳା ଦିନିକିଆ ମ୍ୟାଚ୍ ଖେଳିବା ପାଇଁ ଦଳ ପଡୁଚେରୀ ଯିବାର ଥିଲା । ଗତ ୧୦ ତାରିଖରେ ଓଡ଼ିଶା ଦଳର ତାଲିକା ପ୍ରକାଶ ପାଇଥିଲା ହେଲେ ଏହି ତାଲିକାରେ ନଥିଲା ରାଜଶ୍ରୀଙ୍କ ନାଁ । ଯେଉଁଥି ପାଇଁ ସେ ଚାପରେ ଥିବା ନେଇ ସନ୍ଦେହ କରାଯାଉଛି । ସେପଟେ କୋଚ୍ ଏହି କଥାକୁ ଅସ୍ୱିକାର କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+