ଆସିଲା ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଆସିଲା ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଶ୍ବାସରୁଦ୍ଧ ହୋଇ ରାଜଶ୍ରୀଙ୍କ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ଅଛି ।

କଟକ: ଆସିଲା ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଶ୍ବାସରୁଦ୍ଧ ହୋଇ ରାଜଶ୍ରୀଙ୍କ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ଅଛି । ରାଜଶ୍ରୀଙ୍କ ମୁଣ୍ଡରେ ମଧ୍ୟ ଆଘାତ ଲାଗିଥିବା ଜଣାପଡିଛି । ଅଧିକ ତଦନ୍ତ ଲାଗି ଭିସେରା ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ ।

Odisha Women Cricketer Rajashree Swain

ସେପଟେ ମୃତ୍ୟୁ ପୂର୍ବରୁ ରାଜଶ୍ରୀ କପୁରସିଂହ ପେଟ୍ରୋଲ ପମ୍ପରେ ଶେଷଥର ପାଇଁ ପେଟ୍ରୋଲ ପକାଇଥିଲେ । ତାଙ୍କ ଗାଡ଼ି ଡ଼ିକିରୁ ପେଟ୍ରୋଲ ପକାଇଥିବା ବିଲ୍‌ ସହ ଏଟିଏମ୍ କାର୍ଡ ଜବତ ହୋଇଛି । ପେଟ୍ରୋଲ ପମ୍ପ ଠାରୁ ମାତ୍ର ୧ କିଲୋମିଟର ଦୁରରେ ମିଳିଥିଲା ମୃତଦେହ । ପେଟ୍ରୋଲ ପକାଇବାର ସିସିଟିଭି ଦୃଶ୍ୟ ଯାଞ୍ଚ କରୁଛି ପୋଲସି ।

ଉଲ୍ଲେଖଥାଉ କି, ଗତ ୧୩ ତାରିଖରେ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କର ଖୁଣ୍ଟୁଣୀ ଥାନା ଗୁରୁଡ଼ିଝାଟିଆ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିଲା । ଓଡ଼ିଶା ସିନିଅର ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ କ୍ୟାମ୍ପରେ ଥିଲେ ରାଜଶ୍ରୀ । ଅନ୍ତିମ ୧୬ ଜଣିଆ ଦଳରେ ତାଙ୍କୁ ସୁଯୋଗ ମିଳି ନଥିଲା । ଗତ ୧୧ ତାରିଖରୁ ସେ ନିଖୋଜ ଥିଲେ । ଦୁଇ ଦିନ ପରେ ଜଙ୍ଗଲରୁ ମୃତଦେହ ଉଦ୍ଧାର ପରେ ରହସ୍ୟ ବଢ଼ିଥିଲା । ଖେଳାଳି ଚୟନରେ ପାତରଅନ୍ତର ଅଭିଯୋଗ ଆଣିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ ରାଜଶ୍ରୀଙ୍କ ପରିବାର ଲୋକ ।

ରାଜଶ୍ରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ତାଙ୍କ ବାପା । ରାଜଶ୍ରୀଙ୍କୁ ଓସିଏ ବାଲା ମାରି ଟାଙ୍ଗି ଦେଇଥିବା ଗଣମାଧ୍ୟମ ସାମ୍ନାରେ କହିଥିଲେ ତାଙ୍କ ବାପା । ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଉ। ଆମକୁ ନ୍ୟାୟ ଦରକାର ବୋଲି କହିଥିଲେ ରାଜଶ୍ରୀଙ୍କ ବାପା । ସେହିପରି ଘଟଣାରେ ଓସିଏ ଓ କୋଚଙ୍କୁ ଦାୟୀ କରିଥିଲେ ରାଜଶ୍ରୀଙ୍କ ଭଉଣୀ । ସେପଟେ କୋଚ୍‌ ପୁଷ୍ପାଞ୍ଜଳି ବାନାର୍ଜୀ କହିଛନ୍ତି, ରାଜଶ୍ରୀ ଖୁସମିଜାଜ ଝିଅ ଥିଲେ। ସେ ରାଗିବାର ମୁଁ କେବେ ଦେଖି ନାହିଁ। ଦଳ ଚୟନରେ କିଛି ଅନିୟମିତତା ହୋଇ ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+