ଭିଜିଲାନ୍ସ ଜାଲରେ ୩ ପ୍ରଥମ ଶ୍ରେଣୀ ଅଧିକାରୀ, ୨୨ ଲକ୍ଷ ୬୧ ହଜାର ଟଙ୍କା ଜବତ
ଭିଜିଲାନ୍ସ ଜାଲରେ ୩ ପ୍ରଥମ ଶ୍ରେଣୀ ଅଧିକାରୀ । ସେମାନେ ହେଲେ ବୈତରଣୀ ଜଳସେଚନ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ବିଧାନଚନ୍ଦ୍ର ସାହୁ, ବାଲେଶ୍ୱର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ନରୋତ୍ତମ ବେହେରା , ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ପ୍ରକାଶ ମହ
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ୩ ପ୍ରଥମ ଶ୍ରେଣୀ ଅଧିକାରୀ । ସେମାନେ ହେଲେ ବୈତରଣୀ ଜଳସେଚନ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ବିଧାନଚନ୍ଦ୍ର ସାହୁ, ବାଲେଶ୍ୱର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ନରୋତ୍ତମ ବେହେରା , ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ପ୍ରକାଶ ମହାପାତ୍ର । ଏମାନଙ୍କଠାରୁ ବିପୁଳ ଟଙ୍କା ସହ ଧରାପଡ଼ିଥିବା ୩ ଜଣ ପ୍ରଥମ ଶ୍ରେଣୀ ଅଧିକାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ଶନିବାର ଏହି ତିନି ଅଧିକାରୀ ବିଡ଼ା ବିଡ଼ା ଟଙ୍କା ଧରି ନିଜ ନିଜ ଘରକୁ ଫେରୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ସେମାନଙ୍କ ଠାରୁ ମୋଟ ୨୨ ଲକ୍ଷ ୬୧ ହଜାର ୪୩୦ ଟଙ୍କା ଜବତ କରାଯାଇଛି।

ଗତକାଲି ଅଧୀକ୍ଷଣ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁ କେନ୍ଦୁଝରରୁ କଟକ ସ୍ଥିତ ନିଜ ଘର ଅଭିମୁଖେ ଅଫିସ୍ ବୋଲେରୋରେ ଆସୁଥିବା ବେଳେ ଯାଜପୁର ଏନ୍ସି କଲେଜ ସମ୍ମୁଖରେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଅଟକାଇ ଥିଲେ। ଗାଡ଼ି ଯାଞ୍ଚ ବେଳେ ତାଙ୍କ ଠାରୁ ୧୦ ଲକ୍ଷ ୭ ହଜାରରୁ ଅଧିକ ଟଙ୍କା ଜବତ କରାଯାଇଥିଲା। ପରେ କଟକ ସ୍ଥିତ ତାଙ୍କ ଘରେ ଭିଜିଲାନ୍ସ ଅଧିକାରୀମାନେ ଖୋଜାଖୋଜି କଲା ବେଳେ ଆଉ ୬୪ ହଜାର ଟଙ୍କା ପାଇଥିଲେ। ଯାଜପୁର ଭିଜିଲାନ୍ସ ବିଭାଗ ସହିତ କଟକ ଭିଜିଲାନ୍ସ ଏସ୍ପି ଓ ତାଙ୍କ ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଥିଲେ।
ସେପଟେ ରାଉରକେଲାରୁ ଭୁବନେଶ୍ୱର ଫେରିବା ବେଳେ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀଙ୍କୁ କାବୁ କରିଥିଲା ଭିଜିଲାନ୍ସ । ତାଙ୍କଠାରୁ ଲକ୍ଷେ ୭୫ ହଜାର ୮୧୦ ଟଙ୍କା ଜବତ ହୋଇଥିଲା । ୩ ଅଧିକାରୀ ଯାଞ୍ଚ ବେଳେ ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ । ପରବର୍ତ୍ତୀ ସମୟରେ ୩ ଅଧିକାରୀଙ୍କ ଘରେ ରେଡ୍ କିରଥିଲା ଭିଜିଲାନ୍ସ । ଗତକାଲି ପ୍ରକାଶ ମହାପାତ୍ରଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଆଜି ଆଉ ୨ଜଣଙ୍କୁ କୋର୍ଟ ଚାଲାଣ କରାଯିବ । ରେଡରେ ୨ଟି ଭିଜିଲାନ୍ସ ଡିଭିଜନର ୨ ଏସପି, ୯ଡିଏସପି ଓ ୭ ଆଇଆଇସି ସାମିଲ ହୋଇଥିଲେ ।
ସେହିପରି ଏକ ଘରୋଇ କାର ଯୋଗେ ବାଲେଶ୍ୱର ସ୍ଥିତ ରାଜ୍ୟ ପ୍ରଦୂଷଣ ବୋର୍ଡର ଆଞ୍ଚଳିକ ଅଧିକାରୀ ନରୋତ୍ତମ ବେହେରା ଭୁବନେଶ୍ୱର ଆସୁଥିବା ବେଳେ କଟକ ଟାଙ୍ଗୀ ଚେକ୍ ଗେଟ୍ ନିକଟରେ ତାଙ୍କୁ ଭିଜିଲାନ୍ସ ଅଧିକାରୀ ଅଟକାଇ ଥିଲେ। ଗାଡ଼ି ଯାଞ୍ଚ ବେଳେ ତାଙ୍କ ଠାରୁ ୮୯ ହଜାର ଟଙ୍କା ବାହାରିଥିଲା। ଏହା ପରେ ତାଙ୍କର ବାଲେଶ୍ୱର ସ୍ଥିତ ସରକାରୀ ବାସଭବନ ଓ ଭୁବନେଶ୍ୱର ସତ୍ୟନଗର ସ୍ଥିତ ଘରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ତାଙ୍କ ଠାରୁ ଆଉ ୯ ଲକ୍ଷ ୨୫ ହଜାର ଟଙ୍କା ଜବତ କରାଯାଇଥିଲା।












Click it and Unblock the Notifications