ଲାଞ୍ଚ ନେଲା ବେଳେ ମାଡି ବସିଲା ଭିଜିଲାନ୍ସ , ୫୦ ହଜାର ଲାଞ୍ଚ ନେଉଥିଲେ ଖଣ୍ଡଗିରି ଥାନା SI ସୁଶାନ୍ତ ସ୍ୱାଇଁ
ଭୁବନେଶ୍ୱର: ଭିଜିଲାନ୍ସ ହାବୁଡରେ ଖଣ୍ଡଗିରି ଥାନା SI । ଲାଞ୍ଚ ନେଲା ବେଳେ ମାଡି ବସିଲା ଭିଜିଲାନ୍ସ । ୫୦ ହଜାର ଲାଞ୍ଚ ନେଉଥିଲେ ଖଣ୍ଡଗିରି ଥାନା SI ସୁଶାନ୍ତ ସ୍ୱାଇଁ ।

ସୂଚନା ଅନୁଯାୟୀ, ଏକ ମାମଲାର ଫାଇନାଲ ରିପୋର୍ଟ ପାଇଁ ଏସ୍ଆଇ ସୁଶାନ୍ତ ସ୍ୱାଇଁ ଲାଞ୍ଚ ମାଗିଥିଲେ । ଆଜି ନାକା ଗେଟ୍ ପାଖରେ ସେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି ।
ସୁଶାନ୍ତଙ୍କ ସହିତ ଚିରଞ୍ଜିବୀ ବଳ ନାମକ ଜଣେ ଡାଟାଏଣ୍ଟ୍ରି ଅପରେଟରଙ୍କୁ ମଧ୍ୟ ଗିରଫ କରାଯାଇଛି। ଚିରଞ୍ଜିବୀ ଏତଲାକାରୀଙ୍କ ଠାରୁ ଲାଞ୍ଚ ନେଇ ସୁଶାନ୍ତଙ୍କୁ ଦେଉଥିବା ବେଳେ ଭିଜିଲାନ୍ସ ଉଭୟଙ୍କୁ ଧରିଥିଲା। ଏନେଇ ଭୁବନେଶ୍ୱର ଭିଜିଲାନ୍ସରେ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଥିବା ସୂଚନା ଦେଇଛି ଭିଜିଲାନ୍ସ ।












Click it and Unblock the Notifications