ଦେଢ଼ ଲକ୍ଷରେ ବହୁରୂପି ଏଣ୍ଡୁଅ ଡିଲ୍, ଚାଲାଣ ବେଳେ ଧରା ପଡ଼ିଲେ ଦୁଇ ଅଭିଯୁକ୍ତ

ଦେଢ଼ ଲକ୍ଷରେ ବହୁରୂପୀ ଏଣ୍ଡୁଅ ବିକ୍ରି ପାଇଁ ବନ ବିଭାଗ ସହ ଫୋନରେ ଫାଇନାଲ ହେଲା ଡିଲ୍ । ମାତ୍ର ଏଣ୍ଡୁଅ ବିକ୍ରି କରିବାକୁ ଆସି ବନ ବିଭାଗ ହାବୁଡ଼ରେ ପଡ଼ିଗଲେ ଜେଜେ ଓ ନାତି ।

ଭୁବନେଶ୍ୱର: ଦେଢ଼ ଲକ୍ଷରେ ବହୁରୂପୀ ଏଣ୍ଡୁଅ ବିକ୍ରି ପାଇଁ ବନ ବିଭାଗ ସହ ଫୋନରେ ଫାଇନାଲ ହେଲା ଡିଲ୍ । ମାତ୍ର ଏଣ୍ଡୁଅ ବିକ୍ରି କରିବାକୁ ଆସି ବନ ବିଭାଗ ହାବୁଡ଼ରେ ପଡ଼ିଗଲେ ଜେଜେ ଓ ନାତି । ରାଜଧାନୀ ଭୁବନେଶ୍ୱରରେ ଏହି ରାକେଟ୍ ଠାବ ହୋଇଥିବା ବେଳେ ଗିରଫ ୨ ଅଭିଯୁକ୍ତ ହେଉଛନ୍ତି ଜଗତସିଂହପୁରର ରଶ୍ମି ରଞ୍ଜନ ଦାସ ଓ କ୍ଷୀରୋଦ ମହାନ୍ତି ।

Polymorphous Peanut

ସୂଚନା ଅନୁସାରେ, ବହୁରୂପୀ ଏଣ୍ଡୁଅକୁ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଜଗତସିଂହପୁର ଜିଲ୍ଲାର ରଶ୍ମି ରଞ୍ଜନ ଓ କ୍ଷୀରୋଦ ଯୋଜନା କରିଥିଲେ। ସୂଚନାପାଇ ବନ ବିଭାଗ ଟିମ୍‌ ସେମାନଙ୍କୁ ଟ୍ରାକ୍‌ କରିଥିଲା। ବାଣୀବିହାରରେ ଡିଲ୍‌ ଚାଲିଥିବା ବେଳେ ଖବର ପାଇ ଭୁବନେଶ୍ୱର ଏବଂ ମଞ୍ଚେଶ୍ୱର ରେଞ୍ଜ୍‌ର ଟିମ୍‌ ମିଳିତ ଭାବେ ଚଢ଼ଉ କରିଥିଲେ। ଏହାପରେ ରଶ୍ମି ରଞ୍ଜନ ଓ କ୍ଷୀରୋଦ ଧରାପଡ଼ିଥିଲା।

ଡିଲ୍ ଅନୁଯାୟୀ, ଆଜି ମଧ୍ୟାହ୍ନ ସମୟରେ ବହୁରୂପୀ ଏଣ୍ଡୁଅ ବିକ୍ରି କରିବାକୁ ଭୁବନେଶ୍ୱର ବାଣୀବିହାର ନିକଟ ମୁଖାର୍ଜୀ ପାର୍କକୁ ଯାଇଥିଲେ ଜେଜେ ଓ ନାତି। ସେଠାରେ ପୂର୍ବରୁ ପ୍ରସ୍ତୁତ ରହିଥିଲା ବନବିଭାଗ ଟିମ୍‌। ଗ୍ରାହକ ସାଜି ଏଣ୍ଡୁଅ କିଣିବାକୁ ସେମାନଙ୍କ ସହ କଥା ହେବା ବେଳେ ଉଭୟଙ୍କୁ ମାଡ଼ି ବସିଲେ ବନ କର୍ମଚାରୀ। ଭୁବନେଶ୍ୱର ଏବଂ ମଞ୍ଚେଶ୍ୱର ବନ ବିଭାଗ ପକ୍ଷରୁ ମିଳିତ ଭାବେ ଏହି ଚଢ଼ାଉ କରାଯାଇଥିଲା।

ସୂଚନା ଅନୁଯାୟୀ, ଉଭୟ ରଶ୍ମି ରଞ୍ଜନ ଓ କ୍ଷୀରୋଦ ଜଟଣୀ ଅଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ୫୦ ହଜାର ଟଙ୍କାରେ ଏକ ବହୁରୂପୀ ଏଣ୍ଡୁଅ କିଣିଥିଲେ। ତାହାକୁ ଗୋଟିଏ ଦିନ ରଖିବା ପରେ ଦେଢ ଲକ୍ଷରେ ବିକ୍ରି ପାଇଁ ଯୋଜନା କରିଥିଲେ। ବନ ବିଭାଗ ଜାଣି ପାରି ଟିମ୍‌ ଗଠନ କରି ସେମାନଙ୍କ ସହ ଡିଲ୍‌ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+