ପ୍ରତିଶୋଧ ନେବା ପାଇଁ ଟ୍ରକ୍ ଚଢାଇ ମାଆ-ଝିଅଙ୍କୁ ହତ୍ୟା କଲା ଡ୍ରାଇଭର
ଯାଜପୁରରେ ଗତକାଲି ସଡକ ଦୁର୍ଘଟଣାରେ ମାଆ-ଝିଅଙ୍କ ମୃତ୍ୟୁ ଘଟଣାରେ ବଡ଼ ଖୁଲାସା । ଏହା ଦୁର୍ଘଟଣା ନୁହେଁ, ବରଂ ଯୋଜନାବଦ୍ଧ ଭାବେ ଗାଡ଼ି ଚଢ଼ାଇ ହତ୍ୟା କରାଯାଇଥିବା ସୂଚନା ମିଳିଛି ।
ଯାଜପୁର: ଯାଜପୁରରେ ଗତକାଲି ସଡକ ଦୁର୍ଘଟଣାରେ ମାଆ-ଝିଅଙ୍କ ମୃତ୍ୟୁ ଘଟଣାରେ ବଡ଼ ଖୁଲାସା । ଏହା ଦୁର୍ଘଟଣା ନୁହେଁ, ବରଂ ଯୋଜନାବଦ୍ଧ ଭାବେ ଗାଡ଼ି ଚଢ଼ାଇ ହତ୍ୟା କରାଯାଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ଗତକାଲି (ବୁଧବାର) ଅପରାହ୍ନରେ ସୁକିନ୍ଦା ଅଞ୍ଚଳର ଶ୍ରୀତିକା ଚକ୍ରବର୍ତ୍ତି ଓ ତାଙ୍କ ଝିଅ ସୋନାଲି ଚକ୍ରବର୍ତ୍ତିଙ୍କ ସହ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ କେନ୍ଦ୍ରପଡ଼ା ଯାଇଥିଲେ । ଝିଅ ସହତ ସ୍କୁଟିରେ ଫେରିବା ବେଳେ ଯାଜପୁର ୫୩ ନମ୍ବର ଜାତୀୟ ରାଜପଥ ବରଡ଼ା ଛକ ନିକଟରେ ସାଇଡ ମରାକୁ କେନ୍ଦ୍ର କରି ଟ୍ରକ ଡ୍ରାଇଭର ଅମର ସ୍ବାଇଁଙ୍କ ସହ ପାଟିତୁଣ୍ଡ ହୋଇଥିଲା । ଟ୍ରକ୍ ଚାଳକକୁ ଝିଅ ଲିପିକା ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ତେବେ ଗଣ୍ଡଗୋଳ ବଢ଼ୁଥିବା ଦେଖି ସ୍ଥାନୀୟ ଲୋକ ସେଠାକୁ ଆସିଥିଲେ। ବୁଝାସୁଝା କରିବା ପରେ ସମସ୍ତେ ନିଜ ନିଜ ରାସ୍ତାରେ ପଳାଇ ଯାଇଥିଲେ।
ପାଟିତୁଣ୍ଡ ଘଟିଥିବା ସ୍ଥାନଠାରୁ ଅଳ୍ପ ପୂର ଅର୍ଥାତ ବରଡା ଛକ ନିକଟରେ ମାଆ ଓ ଝିଅଙ୍କ ଉପରେ ଟ୍ରକ୍ ଓଲଟି ପଡ଼ିଥିଲା । ଯେଉଁ ଟ୍ରକ୍ ଡ୍ରାଇଭରଙ୍କ ସହିତ ପାଟିତୁଣ୍ଡ ହୋଇଥିଲା, ସେହି ଟ୍ରକ୍ଟି ଓଲଟି ପଡ଼ିଥିଲା । ସ୍ଥାନୀୟ ଲୋକଙ୍କ ଅଭିଯୋଗ ମୁତାବକ ଏହା ଦୁର୍ଘଟଣା ନୁହେଁ, ଡାଇଭର ଜାଣିଶୁଣି ମାଆ ଓ ଝିଅଙ୍କ ଉପରେ ଟ୍ରକ ମଡ଼ାଇ ଦେଇଛନ୍ତି । ଜେନାପୁର ପୋଲିସ ଅଭିଯୁକ୍ତ ଡ୍ରାଇଭରଙ୍କୁ ଗିରଫ କରିବା ସହ ଏକ ହତ୍ୟା ମାମଲା ରୁଜୁ କରିଛି । ଅନ୍ୟପକ୍ଷରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି ପୋଲିସ ।












Click it and Unblock the Notifications