ଜଙ୍ଗଲରୁ ଚୋରା ଚାଲାଣ ହେଉଥିଲା ଚନ୍ଦନ କାଠ : ଛକି ରହି ମାଡ଼ି ବସିଲା STF
କଟକ ଟାଙ୍ଗୀ ଥାନା ଅଧିନ ଦଳଯୋଡ଼ି ଜଙ୍ଗଲରୁ ଚୋରା କାଠ ଜବତ ହୋଇଛି ।
ଭୁବନେଶ୍ୱର : କଟକ ଟାଙ୍ଗୀ ଥାନା ଅଧିନ ଦଳଯୋଡ଼ି ଜଙ୍ଗଲରୁ ଚୋରା କାଠ ଜବତ ହୋଇଛି । କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାକ୍ସ ଫୋର୍ସ (ଏସଟିଏଫ୍) ଏହି ଜଙ୍ଗଲରେ ଚଢାଉ କରି 4 କ୍ୱିଣ୍ଟାଲ 60 କେଜିର ଚନ୍ଦନ କାଠ ଜବତ କରିଛି । ଜବତ ଚନ୍ଦନ କାଠର ଆନୁମାନିକ ମୂଲ୍ୟ 70 ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ସେହିପରି ଏହି ଚୋରା ଚାଲାଣରେ ତିନି ଜଣଙ୍କୁ ଗିରଫ କରିଛି ଏସଟିଏଫ୍ । ଅଭିଯୁକ୍ତମାନେ ହେଲେ ହେମନ୍ତ ଛାଟୋଇ, ଦଣ୍ଡପାଣି ଦାସ୍ ଓ କାହ୍ନୁ ଚରଣ ବିଶୋଇ ।
ଏସଟିଏଫରୁ ମିଳିଥିବା ସୂଚନା ଅନୁସାରେ ଦଳପତି ଜଙ୍ଗଲରେ ଚୋରାରେ ଚନ୍ଦନ କାଠ ବେପାର ହେଉଥିଲା ।

ବେପାରୀମାନଙ୍କୁ ଧରିବା ପାଇଁ ଏସଟିଏଫ୍ ଜାଲ ବିଛାଇଥିଲା । ଚନ୍ଦନ କାଠ ବିକ୍ରି କରୁଥିବା ସମୟରେ ଅତର୍କିତ ଚଢାଉ କରି ଏହି ବେପାରୀମାନଙ୍କୁ ଧରିଥିଲା ଏସଟିଏଫ୍ । ଏନେଇ ଟାଙ୍ଗୀ ଥାନାରେ ମାମଲା ରୁଜୁ ହୋଇଛି । ସେହିପରି ଏହି ବେପାରୀମାନେ କାହାକୁ ଚନ୍ଦନ କାଠ ଦେଉଥିଲେ ଏବଂ ଏହି ରାକେଟରେ ଆଉ କେତେ ଜଣ ସଂପୃକ୍ତ ଅଛନ୍ତି ସେନେଇ ଖୋଳତାଡ଼ ଜାରି ରଖିଛି ଏସଟିଏଫ୍ ବୋଲି ସୂଚନା ଦେଇଛି ।












Click it and Unblock the Notifications