୨ ବର୍ଷର ପୁଅର ତଣ୍ଟିକାଟି ଆତ୍ମହତ୍ୟା କଲା ସାବତ ମା’
ଦୁଇ ବର୍ଷର ପୁଅର ତଣ୍ଟିକାଟି ଆତ୍ମହତ୍ୟା କଲା ସାବତ ମା’ । ପାରିବାରିକ କଳହରେ ବଳି ପଡ଼ିଗଲା ୨ ବର୍ଷର ଶିଶୁ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ମଧୁପଟଣା ଥାନା ଅନ୍ତର୍ଗତ ଶ୍ରୀରାମ ନଗର ଅଞ୍ଚଳରେ ।
କଟକ: ଦୁଇ ବର୍ଷର ପୁଅର ତଣ୍ଟିକାଟି ଆତ୍ମହତ୍ୟା କଲା ସାବତ ମା' । ପାରିବାରିକ କଳହରେ ବଳି ପଡ଼ିଗଲା ୨ ବର୍ଷର ଶିଶୁ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ମଧୁପଟଣା ଥାନା ଅନ୍ତର୍ଗତ ଶ୍ରୀରାମ ନଗର ଅଞ୍ଚଳରେ ।

ମୃତକ ଜଣକ ହେଲେ ସନ୍ତୋଷ ଖୁଣ୍ଟିଆଙ୍କ ଦ୍ଵିତୀୟ ପତ୍ନୀ ଶିଳ୍ପୀ ଖୁଣ୍ଟିଆ । ଉଭୟ ଇଂଜିନିୟର ଭାବେ ଚାକିରି କରୁଥିଲେ । ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସନ୍ତୋଷ ଶିଳ୍ପୀଙ୍କୁ ଦ୍ୱିତୀୟ ବିବାହ କରିଥିଲା । ପ୍ରଥମ ପତ୍ନୀଙ୍କ ଅଢେଇ ବର୍ଷର ପୁଅକୁ ଶିଳ୍ପୀ ନିଜର ପୁଅ ପରି ଲାଳନ ପାଳନ କରୁଥିଲେ । ପିଲାଟିକୁ ଖୁବ୍ ଭଲ ପାଉଥିଲେ ଶିଳ୍ପୀ । ହେଲେ ଉଭୟ ପତି-ପତ୍ନୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା । ତେବେ ସନ୍ତୋଷ ସବୁବେଳେ ଶିଳ୍ପୀଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ମଧ୍ୟ ହୋଇଛି ।
ମିଳିଥିବା ସୂଚନା ଅନୁସାରରେ, ୨ ଦିନ ପୂର୍ବେ ଉଭୟପତି ପତ୍ନୀଙ୍କ ମଧ୍ୟରେ ସାଂଘାତିକ ଝଗଡ଼ା ହୋଇଥିଲା। କାଲି ରାତିର ଝଗଡ଼ା ପରେ ଆଜି ସକାଳେ ଶିଳ୍ପୀ ଆଉ ତାଙ୍କ ରୁମ ଖୋଲି ନଥିଲେ । ସନ୍ଦେହ ହେବାରୁ ସନ୍ତୋଷ ସାହି ପଡିଶାଙ୍କୁ ଡକାଇ ରୁମ ଖୋଲିଥିଲେ । ଆଉ ସେତେବେଳକୁ ସବୁକିଛି ସରିଯାଇଥିଲା । ଶିଳ୍ପୀ ଫ୍ୟାନରେ ଝୁଲୁଥିବା ବେଳେ ଖଟ ଉପରେ ଶିଶୁପୁତ୍ରର ରକ୍ତାକ୍ତ ମୃତଦେହ ପଡିଥିଲା । ଏନେଇ ମଧୁପଟଣା ପୁଲିସକୁ ଖବର ଦେବାପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।












Click it and Unblock the Notifications