For Quick Alerts
Turn On Notification  
For Daily Alerts
Oneindia App Download

୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟର ପର୍ଦ୍ଦଫାସ୍, ଦୁଇ ମାଷ୍ଟରମାଇଣ୍ଡ ଗିରଫ

ଆଜି ଓଡିଶା ରାଜ୍ୟ ଜିଏଷ୍ଟି ଏନଫୋର୍ସମେଣ୍ଟ ୱିଙ୍ଗ ଦ୍ବାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟର ପର୍ଦ୍ଦାଫାସ କରାଯାଇଛି । ଏଥିରେ ୨ ଜଣ ମାଷ୍ଟରମାଇଣ୍ଡକୁ ଗିରଫ କରାଯାଇଛି ।

|

କଟକ: ଆଜି ଓଡିଶା ରାଜ୍ୟ ଜିଏଷ୍ଟି ଏନଫୋର୍ସମେଣ୍ଟ ୱିଙ୍ଗ ଦ୍ବାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟର ପର୍ଦ୍ଦାଫାସ କରାଯାଇଛି । ଏଥିରେ ୨ ଜଣ ମାଷ୍ଟରମାଇଣ୍ଡକୁ ଗିରଫ କରାଯାଇଛି । ଗିରଫ ୨ ମାଷ୍ଟରମାଇଣ୍ଡ ୧୬ଟି ଜାଲ ବ୍ୟବସାୟିକ ପ୍ରତିଷ୍ଠାନ ସୃଷ୍ଟି କରି ୧୧୫.୧୦ କୋଟି ଟଙ୍କାର ଟିକସ ଠକେଇ କରିଥିବା ତଦନ୍ତରୁ ଜଣାପଡ଼ିଛି ।

GST Enforcement Team

ରାଉରକେଲା ସହରର ୨ ଜଣ ଜିଏସଟି ଠକ ଗିରଫ ହୋଇଛନ୍ତି । ଗିରଫ ୨ ଅଭିଯୁକ୍ତ ହେଲେ ଗୁରଦୀତ ଡାଙ୍ଗ ଓ ସୂର୍ଯ୍ୟ ମୈତ୍ର । ଉଭୟ ଅଭିଯୁକ୍ତ ରାଉରକେଲା ସହରର । ଓଡ଼ିଶା ଜିଏସଟି କମିଶନର ସୁଶୀଲ ଲୋହାନି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ୨ ଅଭିଯୁକ୍ତ ଅନ୍ୟମାନଙ୍କ ସହ ମିଶି ୧୬ଟି ଜାଲ ବ୍ୟବସାୟିକ ପ୍ରତିଷ୍ଠାନ ସୃଷ୍ଟି କରିଥିଲେ । ଷ୍ଟିଲ୍ ଆଇରନ୍ ଓ ଷ୍ଟିଲ ସାମଗ୍ରୀ କିଣୁଥିଲେ । ୬୪୧ କୋଟି ଟଙ୍କାର ଜାଲ ବିଲ୍ ଓ ଇନପୁଟ ଟିକସ କ୍ରେଡିଟ ମାଧ୍ୟମରେ ୧୧୫ କୋଟି ୧୦ ଲକ୍ଷ ଟଙ୍କା ହାତେଇବାରେ ସକ୍ଷମ ହୋଇଥିଲେ । ଗୁରଦୀତଙ୍କୁ ରାଉରକେଲାରୁ ଗିରଫ କରାଯାଇଥିବା ବେଳେ ସୂର୍ଯ୍ୟ ଭୁବନେଶ୍ୱରରୁ ଗିରଫ ହୋଇଛନ୍ତି ।

ଫେକ ଆଇଟିସି ହାତେଇବା ପାଇଁ ଏହି ସୁସଙ୍ଗଠିତ ରାକେଟ ଗଠିତ ହୋଇଥିଲା । ଜାଲ ପ୍ରତିଷ୍ଠାନ ଗୁଡ଼ିକ ରାଜ୍ୟର ଅନୁଗୁଳ, ରାଉରକେଲା, ବଣାଇ, ଏରସମା, ତିର୍ତ୍ତୋଲ, ରିଆମାଳ, ସୁନ୍ଦରଗଡ଼ରେ ରହିଥିବା ରେକର୍ଡ ଦର୍ଶାଇ ଠକେଇ କରିଥିବା ତଦନ୍ତରୁ ଜଣାପଡ଼ିଛି । ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ ଆଜି ସୁଦ୍ଧା ୨୦ ଜଣ ଠକଙ୍କୁ ଗିରଫ କରିଥିବା ବେଳେ ୨୫ ହଜାର ୪୦୦ ଜଣ ବ୍ୟବସାୟୀଙ୍କ ପଞ୍ଜିକରଣକୁ ରଦ୍ଦ କରିଛି । ରାଜ୍ୟ ଜିଏସଟି ବିଭାଗ ଜୁଲାଇ ୧୬ରୁ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଦୁଇମାସ ବ୍ୟାପୀ ଜାଲ ପଞ୍ଜିକରଣକୁ ରଦ୍ଦ କରିବା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି । ବିଭିନ୍ନ ସାମଗ୍ରୀର ପରିବହନ ଦୁଇ ଚକିଆ ଓ ତିନି ଚକିଆ ଗାଡ଼ିରେ ହୋଇଥିବା ୨ ଠକ ଦର୍ଶାଇଥିଲେ । ଚାଷୀ, ଶ୍ରମିକ ଓ ନିରୀହ ଲୋକଙ୍କ ନାଁରେ ଜାଲି ବ୍ୟବସାୟୀ ପ୍ରତିଷ୍ଠାନ ଖୋଲି ଜିଏସଟି ଠକେଇ କରୁଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha State GST Enforcement Team Exposed Rs 641 crore Fake Bill Racket
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X