ତଣ୍ଟିକଟା ପୁଅ: ମା' ବେକ କାଟି ଅଖାରେ ପୂରାଇ ଫିଙ୍ଗିଦେଲା ପୁଅ
ବରଗଡ ଜିଲ୍ଲା ବରପାଲି ବ୍ଲକ କୁମ୍ଭାରୀ ଗାଁରେ ଜଘନ୍ୟ ହତ୍ୟାକାଣ୍ଡ । ଧାରୁଆ ଅସ୍ତ୍ରରେ ମାଆର ତଣ୍ଟିକାଟି ହତ୍ୟା କଲା ପୁଅ ।
ବରଗଡ଼: ବରଗଡ ଜିଲ୍ଲା ବରପାଲି ବ୍ଲକ କୁମ୍ଭାରୀ ଗାଁରେ ଜଘନ୍ୟ ହତ୍ୟାକାଣ୍ଡ । ଧାରୁଆ ଅସ୍ତ୍ରରେ ମାଆର ତଣ୍ଟିକାଟି ହତ୍ୟା କଲା ପୁଅ । ଗାଁ ଲୋକଙ୍କଠାରୁ ପୋଲିସ ଖବର ପାଇ ମୃତଦେହ ଜବତ କରି ଅଭିଯୁକ୍ତ ପୁଅକୁ ଗିରଫ କରିଛି।

ସୂଚନା ଅନୁସାରେ, କୁମ୍ଭାରୀ ଗ୍ରାମ ଏସ୍ବିଆଇ ସମ୍ମୁଖରେ କୌଶଲ୍ୟା ସାହୁ(୬୦) ନିଜ ପୁତ୍ର ବିଦ୍ୟାଧର ସାହୁ(୩୨)ଙ୍କ ସହ ଘରେ ରହୁଥିଲେ। ପୂର୍ବରୁ ବିଦ୍ୟାଧରଙ୍କ ବିବାହ ହୋଇଥିଲା। ବିବାହ ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ରହୁନଥିଲା। ଅନେକ ସମୟରେ କଳହ ଲାଗୁଥିଲା। ଯେଉଁଥିପାଇଁ ବିଦ୍ୟାଧରଙ୍କୁ ଛାଡ଼ି ତାଙ୍କ ସ୍ତ୍ରୀ ବାପ ଘରକୁ ପଳାଇ ଯାଇଥିଲେ।
ପତ୍ନୀ ବାପ ଘରକୁ ଗଲା ପରେ ମାଆ ଓ ପୁଅ ରହୁଥିଲେ। ଆଜି ମଧ୍ୟାହ୍ନରେ କୌଣସି କଥାକୁ ନେଇ ମାଆ ଓ ପୁଅଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ବିଦ୍ୟାଧର ବ୍ଲେଡ୍ରେ ମାଆଙ୍କ ତଣ୍ଟି କାଟି ଦେଇଥିଲା। ପରେ ମୃତଦେହକୁ ବସ୍ତାରେ ଭର୍ତ୍ତି କରି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି।












Click it and Unblock the Notifications