ନିଜକୁ ଭୂତଙ୍କ ସଭାପତି କହୁଥିବା ବିପିନ କୁମାର ରାଉତରାୟ ଗିରଫ
ଭୁବନେଶ୍ୱର: ନିଜକ ଭୂତ ସଂଘର ସଭାପତି ବୋଲି ଦାବି କରୁଥିବା ବିପିନ କୁମାର ରାଉତରାୟ ଗିରଫ। ୨୦୧୩ ମସିହାର ଏକ ହତ୍ୟା ମାମଲାରେ ପୋଲିସ ଗିରଫ କରିଛି।
ନିଜକୁ ଭୂତଙ୍କ ସଭାପତି ବୋଲି ଦାବି କରି ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚାରେ ଥିଲେ ବିପିନ ରାଉତରାୟ । ୪୦ଲକ୍ଷ ଭୂତ ତାଙ୍କ କଥାରେ ଉଠ୍ ବସ ହେଉଥିବା ବାହାସ୍ଫୋଟ ମାରୁଥିଲେ । ତନ୍ତ୍ରପାଠ କରି ରାଜଧାନୀକୁ ୪୫ମିନିଟ୍ ଅନ୍ଧାର କରି ଦେଇଥିବା ଦାବି କରିଥିଲେ । ଏଥିସହ ଜଣେ ପ୍ରତିଷ୍ଠ ରାଜନେତାଙ୍କ ଭୂତ ସହ ସେ ବାର୍ତାଳାପ କରିଥିବା ମଧ୍ୟ ଦାବି କରିଥିଲେ ।

ସେହିପରି ଝାରସୁଗୁଡା ଉପନିର୍ବାଚନକୁ ଭୂତ ମାନେ ଯିବେ। ଏହି ଭୂତଙ୍କ ମଧ୍ୟରେ ମନ୍ତ୍ରୀ ନବ ଦାସ ରହିଛନ୍ତି । ଯାହାଙ୍କର ନିକଟରେ ମୃତ୍ୟୁ ହୋଇଛି । ବିପିନ ରାଉତରାୟ କହିବା ଅନୁସାରେ ନିକଟରେ ରାତିରେ ସେ ଆସୁଥିଲେ। ଏହି ସମୟରେ ଦିବଂଗତ ନେତାଙ୍କ ପ୍ରେତାତ୍ମାଙ୍କ ସହ ତାଙ୍କର ଦେଖାସାକ୍ଷାତ ହୋଇଥିଲା । ଆଉ ଏହାପରେ ବିଭିନ୍ନ କଥା ସେ କହୁଥିଲେ ଏବଂ ବିପିନ ଯେଉଁ ବୟାନ ଦେଉଥିଲେ ସେଥିରେ ସେ ବିଭିନ୍ନ ନେତାଙ୍କୁ ମଧ୍ୟ ଇସାରା କରି ସମାଲୋଚନା କରୁଥିଲେ । ସେହିପରି ମଶାଣୀରେ ଭୂତଙ୍କ ବୈଠକ ବସିବା ବେଳେ ତାଙ୍କୁ ଖୋଜା ପଡୁଥିଲା ଓ ସେ ଉକ୍ତ ବୈଠକରେ ଯୋଗଦେଇ ଭୂତମାନଙ୍କ ସମସ୍ୟା ସମାଧାନ କରୁଥିଲେ ବୋଲି ନିର୍ଭିକତାର ସହ କହି ବୁଲୁଥିଲେ ।
ତେବେ ପୁରୁଣା ମାମଲାରେ ଅଭିଯୁକ୍ତ ଥାଇ ଫେରାର ଥିଲେ ଆତ୍ମଘୋଷିତ ଭୂତଙ୍କ ସଭାପତି ବିପିନ ରାଉତରାୟ । ପରେ ହତ୍ୟା ମାମଲାରେ ପୂର୍ବରୁ ୩ଟି ଓ୍ୱାରେଣ୍ଟ ଥିଲା । ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ନନ୍ଦପୁରସ୍ଥିତ ବାସଭବନରୁ ପୋଲିସ ତାଙ୍କୁ ଗିରଫ କରିଛି । ପୋଲିସକୁ ଦେଖି ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ କାବୁ କରିଛି ପୋଲିସ ।












Click it and Unblock the Notifications