ସିମ୍ ବକ୍ସ ଠକାମିର ପର୍ଦ୍ଦାଫାସ, ୬ ଗିରଫ: ଜାଣନ୍ତୁ ସିମ୍ ବକ୍ସ କ’ଣ ?

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଅଞ୍ଚଳରେ ଥିବା ଏକ ଜଙ୍ଗଲରେ ଚାଲିଥିଲା ସାଇବର ଠକେଇ ଯୋଜନା । ଜଙ୍ଗଲରେ ଏକ ମୋବାଇଲ୍ ଟାୱାର ତଳେ ବସି ବିଭିନ୍ନ ମୋବାଇଲ ନମ୍ବରରେ ପଠାଉଥିଲେ ଲକ୍ଷାଧିକ ମେସେଜ୍ । ଗୋଟିଏ ଘଣ୍ଟାରେ ଏକ ସମୟରେ ପଠାଉଥିଲେ ୫୫ ହଜାର ୬୦୦ ମୋବାଇଲ୍ ନମ୍ବରକୁ ମେ

Sim Fraud: ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଅଞ୍ଚଳରେ ଥିବା ଏକ ଜଙ୍ଗଲରେ ଚାଲିଥିଲା ସାଇବର ଠକେଇ ଯୋଜନା । ଜଙ୍ଗଲରେ ଏକ ମୋବାଇଲ୍ ଟାୱାର ତଳେ ବସି ବିଭିନ୍ନ ମୋବାଇଲ ନମ୍ବରରେ ପଠାଉଥିଲେ ଲକ୍ଷାଧିକ ମେସେଜ୍ । ଗୋଟିଏ ଘଣ୍ଟାରେ ଏକ ସମୟରେ ପଠାଉଥିଲେ ୫୫ ହଜାର ୬୦୦ ମୋବାଇଲ୍ ନମ୍ବରକୁ ମେସେଜ୍ । ଜାଲ ମେସେଜ୍ ପଠାଇ କୋଟି କୋଟି ଟଙ୍କା ଠକେଇ କରୁଥିବା ସାଇବର ମାଫିଆ ଗ୍ୟାଙ୍ଗକୁ କ୍ରାଇମବ୍ରାଞ୍ଚ ଠାବ କରିଛି ।

SIM Box Fraud

ସେମାନଙ୍କୁ ଗିରଫ କରିବା ପାଇଁ ଏକ ଟିମ୍ ଗଠନ କରିଥିଲା କ୍ରାଇମବ୍ରାଞ୍ଚର ସାଇବର ଶାଖା । ସାଇବର ଠକ ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଥାନା ଅଧୀନ ଖୁଣ୍ଟା ଅଞ୍ଚଳର ଭଣ୍ଡା ଗ୍ରାମରେ ଲୁଚି ରହିଥିବା ନେଇ ଖବର ମିଳିବା ପରେ ଏହି ଅପରେସନ କରା ଯାଇଥିଲା। ଏହି ଠକେଇରେ ସମ୍ପୃକ୍ତ ତାପସ କୁମାର ପାତ୍ରକୁ ପ୍ରଥମେ ଗିରଫ କରାଯାଇଥିଲା। ପରବର୍ତ୍ତୀ ସମୟରେ ବିଶାଲ ଚାନ୍ଦେଲୱାଲ, ନିଗମ ପାତ୍ର, ସୁଦର୍ଶନ ଦାସ, ଅଜୁ ପାତ୍ର ଏବଂ ଅଜୟ କୁମାର ପାତ୍ରଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ବହୁ ସଂଖ୍ୟକ ସିମ୍ ଏବଂ ଅନ୍ୟାନ୍ୟ ଉପକରଣ ଜବତ କରାଯାଇଛି।

ଗ୍ୟାଙ୍ଗର ୬ ଅଭିଯୁକ୍ତଙ୍କୁ ଗିରଫ କରି କ୍ରାଇମବ୍ରାଞ୍ଚ ସାଇବର ଥାନା କୋର୍ଟ ଚାଲାଣ କରିଛି । ସାଇବର ଟିମ୍ ସେମାନଙ୍କଠାରୁ ପ୍ରାୟ ୩ ହଜାର ଜାଲ ସିମ୍ କାର୍ଡ ୫ ଲକ୍ଷ ଟଙ୍କାର ଦୁଇଟି ସିମ୍ ବକ୍ସ, ୭ଟି ଲାପ୍ଟପ୍, ୧୬ଟି ମୋବାଇଲ୍ ଫୋନ୍ ଓ ମୋବାଇଲ ସରଞ୍ଜାମ ଜବତ କରାଯାଇଛି । ଗିରଫ ସାଇବର ଠକଙ୍କ ଲିଙ୍କ ଝାଡଖଣ୍ଡର ଜାମତରା ଗ୍ୟାଙ୍ଗଠାରୁ ଆରମ୍ଭ କରି ଦେଶର ଅନ୍ୟ ସାଇବର ମାଫିଆଙ୍କ ଲିଙ୍କରେ ଥିବା ଅନୁମାନ କରାଯାଉଛି ।

ସିମ୍ ବକ୍ସ କ'ଣ ?

ଦେଶର ବିଭିନ୍ନ ସ୍ଥାନରେ ଲୋକଙ୍କୁ ଠକିବା ପାଇଁ ସିମ୍ ବକ୍ସ ଅର୍ଥାତ ମେସିନ୍ ଆଧାରିତ ନମ୍ବର ଜରିଆରେ ବହୁ ସଂଖ୍ୟକ ସିମ୍ ବ୍ୟବହାର କରାଯାଉଥିବା ଅଭିଯୋଗରେ ଦର୍ଶାଯାଇଛି । ଏହି ସିମ୍ ବକ୍ସ ଏବଂ ମୋବାଇଲ୍ ନମ୍ବରରୁ ବିପୁଳ ସଂଖ୍ୟକ ଏସଏମଏସସୃଷ୍ଟି କରାଯାଇ ବିହାର ଏବଂ ଓଡିଶାର ବିଭିନ୍ନ ଅଞ୍ଚଳର ଲୋକଙ୍କ ପାଖକୁ ପଠାଯାଉଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+