ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ୍, ବିଶୋଇ ଥାନା ଏଏସଆଇ ନିଲମ୍ବିତ
ବାରିପଦା: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନାର କାର୍ଯ୍ୟରତ ପୋଲିସ ଏଏସଆଇ ଅବଦୁଲ ମତଲବୀ ଖାନ ଜନୈକ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେବା ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା ।

ଯାହା ଫଳରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଜି (ଗୁରୁବାର) ମୟୂରଭଞ୍ଜ ଏସପି ବି ଗଙ୍ଗାଧର ଏଏସଆଇଙ୍କୁ ଚାକିରୀରୁ ନିଲମ୍ବିତ କରିବା ସହିତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ମିଳିଥିବା ସୂଚନାନୁସାରେ, କୌଣସି ଏକ ମାମଲାରେ ବିଶୋଇ ଥାନାରେ ୫ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କ ନାଁ ଏଫଆଇଆରରୁ କାଟିବା ପାଇଁ ଲାଞ୍ଚ ନେଇଥିଲେ ଏଏସ୍ଆଇ ଅବଦୁଲ ମତଲବୀ ଖାନ। ଆଉ ସେହି ସମୟରେ କେହି ମୋବାଇଲ ଫୋନରେ ଭିଡିଓ ଉତ୍ତୋଳନ କରି ଦେଇଥିଲେ । ପରେ ସେହି ଭିଡିଓଟି ଭାଇରାଲ ହୋଇଥିଲା ।












Click it and Unblock the Notifications