ପୁଣି ଖାକିରେ ଲାଗିଲା ଦାଗ, ୪ କୁଇଣ୍ଟାଲ ଗଞ୍ଜେଇ ସହ ଗିରଫ ହେଲେ ଏଏସଆଇ
ପୋଲିସ୍ ବାବୁ କରୁଥିଲେ ଗଞ୍ଜେଇ ବେପାର । ଖାକି ପୋଷାକ ପିନ୍ଧି ସାଜିଥିଲେ ଗଞ୍ଜେଇ ମାଫିଆ। ନିଜେ ଗଢ଼ିଥିଲେ ଗଞ୍ଜେଇ ଚାଲାଣ ଗ୍ୟାଙ୍ଗ । ଏହି ଗ୍ୟାଙ୍ଗ ବିଭିନ୍ନ ଜାଗାରୁ ଗଞ୍ଜେଇ ସଂଗ୍ରହ କରି ରାଜ୍ୟ ବାହାରକୁ ପଠାଉଥିଲା।
ମାଲକାନଗିରି: ପୋଲିସ୍ ବାବୁ କରୁଥିଲେ ଗଞ୍ଜେଇ ବେପାର । ଖାକି ପୋଷାକ ପିନ୍ଧି ସାଜିଥିଲେ ଗଞ୍ଜେଇ ମାଫିଆ। ନିଜେ ଗଢ଼ିଥିଲେ ଗଞ୍ଜେଇ ଚାଲାଣ ଗ୍ୟାଙ୍ଗ । ଏହି ଗ୍ୟାଙ୍ଗ ବିଭିନ୍ନ ଜାଗାରୁ ଗଞ୍ଜେଇ ସଂଗ୍ରହ କରି ରାଜ୍ୟ ବାହାରକୁ ପଠାଉଥିଲା। ଏହା ମାଷ୍ଟର ମାଇଣ୍ଡ ଥିଲେ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କର୍ତ୍ତନପାଲୀ ଆଉଟପୋଷ୍ଟର ଏଏସଆଇ ଜୟଦାଶ ଖରା ।

ଅଭିଯୋଗ ହେବା ପରେ ପୋଲିସ ତାଙ୍କ ଉପରେ ନଜର ରଖିଥିଲା । ଦୁଇ ଦିନ ତଳେ ସେ ଗଞ୍ଜେଇ ଚାଲାଣ ଲାଗି ଗାଡି ସନ୍ଧାନ କରୁଥିବା ପୋଲିସ ଜାଣିବାକୁ ପାଇବା ପରେ ଜାଲ ବିଛାଇଥିଲା । ଶେଷରେ ଏଏସ୍ଆଇଙ୍କୁ ଗଞ୍ଜେଇ ସହ ଗିରଫ କରିଛି ମାଲକାନଗିରି ପୋଲିସ । ତାଙ୍କ ସହ ତିନି ଜଣ ଗଞ୍ଜେଇ ମାଫିଆ, ଗୋଟିଏ କାର, ମୋଟର ସାଇକେଲ, ମୋବାଇଲ୍ ଫୋନ୍, ୪୨୦ କେଜି ଗଞ୍ଜେଇ ଜବତ କରିବା ସହ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ପୋଲିସର ସୂଚନାନୁଯାୟୀ, ମାଲକାନଗିରି ସହରର ଗୋଟିଏ ଅଜ୍ଞାତ ବାସରେ ବିପୁଳ ପରିମାଣର ଗଞ୍ଜେଇ ଲୁଚାଇ ରଖାଯାଇଥିଲା । ଏହି ଗଞ୍ଜେଇକୁ ଗଳାବାଟ ଦେଖି ପଡୋଶୀ ରାଜ୍ୟ ଛତିଶଗଡକୁ ପଠାଇବା ପାଇଁ ଗଞ୍ଜେଇ ମାଫିଆ ଯୋଜନା କରୁଥିଲେ । ଏଥିରେ ସେମାନଙ୍କୁ ସହ ଯୋଗ କରୁଥିଲେ ପୋଲିସ ଏଏସଆଇ ଜୟଦାଶ ଖରା । ଏଥିପାଇଁ ସେ ବିଳମ୍ବିତ ରାତିରେ ମାଲକାନଗିରି ପହଞ୍ଚିଥିଲେ । ଗଞ୍ଜେଇ ଚୋରା ଚାଲାଣ ପାଇଁ ଗାଡି ଖୋଜୁଥିଲେ । ତେବେ ନିଜ ଅଞ୍ଚଳ ଛଡା ମାଲକାନଗିରି ଆସି ବଡ ଗାଡି ଖୋଜିବା ମାଲକାନଗିରି ପୋଲିସର ସନ୍ଦେହକୁ ବଢାଇ ଦେଇଥିଲା । ତେଣୁ ଭିତରେ ଭିତରେ ଆରମ୍ଭ ହୋଇଥିଲା ଖୋଳତାଡ ।












Click it and Unblock the Notifications