ହଷ୍ଟେଲରେ ଝୁଲି ପଡ଼ିଲେ ନର୍ସିଂ ଛାତ୍ରୀ, କାରଣ ଅସ୍ପଷ୍ଟ

ଯାଜପୁର: ପୁଣି ଜଣେ ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା। ଯାଜପୁର ରୋଡ଼ ଥାନା ଯୋଡାବରରେ ଥିବା ସେଣ୍ଟ ଜାଭିୟର୍ସ ନର୍ସିଂ କଲେଜ ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।

ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Nursing Student

ଭଦ୍ରକ ଜିଲ୍ଲା ଧୂସୁରୀ ଅଞ୍ଚଳର ନନ୍ଦ କିଶୋର ସାହୁଙ୍କ ଝିଅ ନିବେଦିତା ସାହୁ ଜାଭିୟର ନର୍ସିଂ କଲେଜରେ ପାଠ ପଢ଼ୁଥିଲେ। ସେ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ। ହଷ୍ଟେଲରେ ରହୁଥିଲେ। ଆଜି ସେ ଘରୁ କଲେଜ ଆସିଥିଲେ। ମାତ୍ର କ୍ଲାସ୍‌ କରି ନଥିଲେ । ଦେହ ଅସୁସ୍ଥ ରହିଥିବା କହି ରୁମକୁ ପଳାଇ ଯାଇଥିଲେ । ରୁମରେ ଏକାକୀ ରହିଥିଲେ । ଅପରାହ୍ନରେ କ୍ଲାସ୍‌ ସରିବା ପରେ ଅନ୍ୟ ଛାତ୍ରୀମାନେ ରୁମକୁ ଫେରିଥିଲେ । ସେତେବେଳେ ରୁମର କବାଟ ଭିତର ପାର୍ଶ୍ୱରୁ ବନ୍ଦ ରହିଥିଲେ । ପରେ ରୁମର କବାଟ ଭାଙ୍ଗିବାରୁ ନିବେଦିତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+