ସ୍ମାର୍ଟ ସିଟି ସାଜୁଛି କ୍ରାଇମ କ୍ୟାପିଟାଲ: ବର୍ଷକରେ ରୁଜୁ ହେଉଛି ୩ ଶହରୁ ଅଧିକ ନାବାଳିକା ଅପହରଣ ମାମଲା

ପ୍ରତିବର୍ଷ ବର୍ଷ ଭୁବନେଶ୍ୱରରେ ତିନି ଶହରୁ ୩୫୦ଟି ନାବଳିକା ଅପହରଣ ମାମଲା ରୁଜୁ ହେଉଛି । ଅଧିକାଂଶ ଘଟଣାରେ ବିବାହ ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଅପହରଣ କରାଯାଉ ଥିବା ଦେଖିବାକୁ ମିଳୁଛି ।

ଭୁବନେଶ୍ୱର: ପ୍ରତିବର୍ଷ ବର୍ଷ ଭୁବନେଶ୍ୱରରେ ତିନି ଶହରୁ ୩୫୦ଟି ନାବଳିକା ଅପହରଣ ମାମଲା ରୁଜୁ ହେଉଛି । ଅଧିକାଂଶ ଘଟଣାରେ ବିବାହ ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଅପହରଣ କରାଯାଉ ଥିବା ଦେଖିବାକୁ ମିଳୁଛି । ଏନେଇ ଆଜି ସୂଚାନ ଦେଇଛି କମଶନରେଟ ପୋଲିସ ।

crime

ତେଣୁ ଅପହୃତ ନାବାଳିକାଙ୍କୁ ଉଦ୍ଧାର ପାଇଁ ଆଜିଠୁ କମିଶନରେଟ୍ ପୋଲିସ ନୂଆ ପଦକ୍ଷେପ ଆପଣେଇଛି । ଆରମ୍ଭ ହୋଇଛି 'ପ୍ରାରମ୍ଭ' ଯୋଜନା । ଗତ ୬ ମାସ ତଳେ ଆରମ୍ଭ ହୋଇଥିବା କିଡନାପିଂ ସେଲ ଦ୍ୱାରା ଟ୍ଵିନସିଟିରୁ ୨୪୧ ଜଣ ନାବାଳିକା ଉଦ୍ଧାର କରାଯାଇଥିଲା । ୨୯୫ ଅପହରଣ ଅଭିଯୋଗ ତଦନ୍ତ ଶେଷ କରିଥିଲୁ । ତଥାପି ଆଉ କିଛି ବାକି ରହିଛି ।

ସୋସିଆଲ ମିଡ଼ିଆ ମାଧ୍ୟମରେ ଆମେ ଲୋକଙ୍କୁ ସଚେତନ କରିବୁ । ଦରକାର ପଡିଲେ ସ୍କୁଲ ଓ କଲେଜ ମାନଙ୍କରେ କର୍ମଶାଳା କରାଯିବ । ଆହୁରି ମଧ୍ୟ ପ୍ରାରମ୍ଭ' ଯୋଜନାରେ ଅଭିଯୋଗ କରିବା ପାଇଁ ପୋଲିସ ଜାରି ହେଲ୍ପ ଲାଇନ ନମ୍ବର ୨୫୪୫୪୪୫ ଜାରି କରିଛି । ଯିଏ ଚାହିଁବ ଏହି ନମ୍ୱରରେ ଯୋଗାଯୋଗ କରି ପାରିବେ । କେବଳ ଭୁବନେଶ୍ୱର ପାଇଁ ଏହି ନମ୍ବରଟି ଉପଲବ୍ଧ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+