୫୦ ଲକ୍ଷ ପାଇଁ ନାବାଳକକୁ ଅପହରଣ ପରେ ହତ୍ୟା, ୨ ଅଭିଯୁକ୍ତ ଗିରଫ

ଝାରସୁଗୁଡ଼ା: ୫୦ ଲକ୍ଷ ପାଇଁ ନାବାଳକକୁ ହତ୍ୟା । ଝାରସୁଗୁଡ଼ା ସରବାହାଲ ଅଞ୍ଚଳରୁ ଅପହରଣ ହୋଇଥିବା ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି ।
ନାବାଳକକୁ ପ୍ରଥମେ ଝାରସୁଗୁଡ଼ାରୁ ଅପହରଣ କରିଥିଲେ ଦୁର୍ବୁତ୍ତ । ପରେ ବରଗଡ଼ରେ ନାବାଳକଙ୍କୁ ହତ୍ୟା କରି ପୋଡ଼ି ଦେଇଥିବା ସୂଚନା ମିଳିଛି । ତେବେ ୫୦ ଲକ୍ଷ ଟଙ୍କା ପାଇଁ ନାବାଳକକୁ ଅପହରଣ ପରେ ହତ୍ୟା କରିଥିବା ଜଣାପଡିଛି । ମାମଲାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ଝାରସୁଗୁଡ଼ା ପୋଲିସ ।
ଖବର ଅନୁସାରେ, ଗତ ୨୭ରେ ଜଣେ ବ୍ୟବସାୟୀଙ୍କ ପୁଅକୁ ଅପହରଣ ଅଭିଯୋଗ ହୋଇଥିବା ସାମ୍ନାକୁ ଆସିଥିଲା। ୫୦ଲକ୍ଷ ପାଇଁ ନାବାଳକକୁ ଅପହରଣ କରିବା ପରେ ଦୁର୍ବୁତ୍ତ ମାନେ ନାବାଳକଙ୍କୁ ହତ୍ୟା କରିଥିଲେ। ତେବେ ଏହି ଘଟଣାର ଅଭିଯୋଗ କ୍ରମେ ମାମଲାର ତଦନ୍ତ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ଝାରସୁଗୁଡ଼ା ପୋଲିସ।












Click it and Unblock the Notifications