ଭୁବନେଶ୍ବରରୁ ସୁରଟ ନେଇ ପ୍ରେମିକାକୁ ୪୯ ଚୋଟ ଛୁରୀ ଭୁସିଲା ଜହ୍ଲାଦ ପ୍ରେମିକ
ବିବାହ କରିବାକୁ ଜିଦ୍ ଧରିବାରୁ ପ୍ରେମିକାକୁ ଛୁରୀରେ ୪୯ ଚୋଟ । ଭୁବନେଶ୍ବରରୁ ସୁରଟ ନେଇ ପ୍ରେମିକାକୁ ପ୍ରେମିକା ହତ୍ୟା କଲା ଜହ୍ଲାଦ ପ୍ରେମିକ ।
ଭୁବନେଶ୍ବର: ବିବାହ କରିବାକୁ ଜିଦ୍ ଧରିବାରୁ ପ୍ରେମିକାକୁ ଛୁରୀରେ ୪୯ ଚୋଟ । ଭୁବନେଶ୍ବରରୁ ସୁରଟ ନେଇ ପ୍ରେମିକାକୁ ପ୍ରେମିକା ହତ୍ୟା କଲା ଜହ୍ଲାଦ ପ୍ରେମିକ ।

ଅଭିଯୁକ୍ତ ପ୍ରେମିକ ଜଣକ ଜଗନ୍ନାଥ ଗୌଡ଼ ଓ ପ୍ରେମିକାର ନାମ ଲୁନି। ସୂଚନା ଅନୁଯାୟୀ, ଭୁବନେଶ୍ବରରେ ରହୁଥିବା ଲୁନି ଦାସଙ୍କ ସହ ଜଗନ୍ନାଥର ତିନି ବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲା। ବିବାହ ପାଇଁ କହିବାରୁ ଲୁନିଙ୍କୁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲା ଜଗନ୍ନାଥ । ପରେ ଦୁହେଁ ଭବନେଶ୍ବରରୁ ପୁରୀ-ଅହମ୍ମଦାବାଦ ଟ୍ରେନରେ ସୁରଟ ଚାଲିଯାଇଥିଲ । ଷ୍ଟେସନରୁ ଓହ୍ଲାଇବା ପରେ ଲୁନିକୁ ଏକ ନିଛାଟିଆ ସ୍ଥାନକୁ ନେଇ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ଜଗନ୍ନାଥ । ପରେ ସୁରଟର ଅଞ୍ଜନି ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ପାଖରୁ ଲୁନିଙ୍କ ରକ୍ତାକ୍ତ ମୃତଦେହ ଫୋପାଡ଼ି ଦେଇଥିଲା ଅଭିଯୁକ୍ତ।
ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ୍ । ତେବେ ୫ ଶହ ସିସିଟିଭି ଓ କଲ୍ ରେକର୍ଡ ଯାଞ୍ଚ ପରେ ରାକ୍ଷସ ବୟଫ୍ରେଣ୍ଡ ଜଗନ୍ନାଥକୁ ସୁରଟ କ୍ରାଇମବ୍ରାଞ୍ଚ ଟିମ୍ ଗିରଫ କରିଛି ।












Click it and Unblock the Notifications