Get Updates
Get notified of breaking news, exclusive insights, and must-see stories!

ସାଉଦି ଆରବ ଟଙ୍କା ଲୋଭ ଦେଖାଇ ଲୁଟି ନେଲେ ୨ ଲକ୍ଷ

ସାଉଦି ଆରବ ଟଙ୍କା ଶସ୍ତାରେ ଦେବାକୁ କହି ଦୁଇ ଲକ୍ଷ ଟଙ୍କା ଠକେଇ। ଠକ ନିଜକୁ ସାଉଦି ଆରବରୁ ଫେରିଥିବା କହି ୨ଲକ୍ଷ ଭାରତୀୟ ମୁଦ୍ରା ଦେଲେ ବଦଳରେ ୩ ଲକ୍ଷର ସାଉଦି ଟଙ୍କା ଦେବାର ଲୋଭ ଦେଖାଇଲେ । ଏହାପରେ ଟଙ୍କା ନେଇ ଫେରାର ହୋଇଗଲେ ।

ଭୁବନେଶ୍ବର: ସାଉଦି ଆରବ ଟଙ୍କା ଶସ୍ତାରେ ଦେବାକୁ କହି ଦୁଇ ଲକ୍ଷ ଟଙ୍କା ଠକେଇ। ଠକ ନିଜକୁ ସାଉଦି ଆରବରୁ ଫେରିଥିବା କହି ୨ଲକ୍ଷ ଭାରତୀୟ ମୁଦ୍ରା ଦେଲେ ବଦଳରେ ୩ ଲକ୍ଷର ସାଉଦି ଟଙ୍କା ଦେବାର ଲୋଭ ଦେଖାଇଲେ । ଏହାପରେ ଟଙ୍କା ନେଇ ଫେରାର ହୋଇଗଲେ । ଘଟଣାର ତଦନ୍ତ କରୁଛି ଭୁବନେଶ୍ୱର କମିଶନରେଟ ପୋଲିସ ।

Saudi Arabia Note

ସୂଚନାମୁତାବକ, କଟକ ହାଇକୋର୍ଟ ନିକଟରେ ଥିବା ମସଜିଦ ସାମ୍ନାରେ ବ୍ୟବସାୟ କରନ୍ତି କଟକର ବ୍ୟବସାୟୀ ମହମ୍ମଦ ମୋହିଦ୍ଦିନ। ଗତ ଶନିବାର ଦିନ ମସଜିଦରେ ଏକ ଅଜଣା ଲୋକ ସହ ତାଙ୍କର ଦେଖା ହୋଇଥିଲା। କେହି ହଜ ଯାତ୍ରା ଯିବାକୁ ଚାହୁଛନ୍ତି ବୋଲି ସେ କହୁଥିଲେ। ଏନେଇ କଟକର ବ୍ୟବସାୟୀ ଦେଖାହେବା ପରେ ତାଙ୍କୁ କହିଥିଲେ ହଜ ଯଦି ଯିବାକୁ ଚାହୁଛନ୍ତି । ତେବେ ସାଉଦି ଆରବ ଟଙ୍କା ରିୟାଲର ଆବଶ୍ୟକ ପଡିବ। ତେଣୁ ସେ ଏବେ ସାଉଦିରୁ ଫେରିଛନ୍ତି ତାଙ୍କ ପାଖରେ ଅନେକ ସାଉଦି ଆରବ ଟଙ୍କା ଅଛି। ଯଦି କେହି ତାଙ୍କଠୁ ଅଦଳବଦଳ କରନ୍ତି ଅର୍ଥାତ ଭାରତୀୟ ମୁଦ୍ରା ଦେଲେ ତା ବଦଳରେ ସେ ସାଉଦି ଆରବ ଟଙ୍କା ଅଧିକ ଦେବେ ବୋଲି କହିଥିଲେ। ଏନେଇ ଵ୍ୟୟସାୟୀ ଜଣକ ବଦଳ କରିବାକୁ ଇଛା ପ୍ରକାଶ କରିଥିଲେ ।

ତେବେ ୧୦୦ ସାଉଦି ଆରବ ଟଙ୍କାର ମୂଲ୍ୟ ଭାରତୀୟ ଟଙ୍କା ହିସାବରେ ୧୫୦୦ଟଙ୍କା । ତେଣୁ ତାଙ୍କ ପାଖରେ ୨୦୦ଟି ନୋଟ୍‌ ଅଛି ଅର୍ଥାତ ତିନି ଲକ୍ଷ ଟଙ୍କା ଜଣାଇଥିଲେ । ତେବେ ୨ଲକ୍ଷ ଟଙ୍କା ଦେଲେ ସେ ଦେଇଦେବେ ବୋଲି ଡିଲ୍‌ କଲେ । ଏନେଇ ଠକ କଳ୍ପନା ଛକ ନିକ କୋର୍ଟ ସାମ୍ନାକୁ ଡାକିଥିଲା। ପରେ ବ୍ୟବସାୟୀ ଜଣକ ଟଙ୍କା ନେଇ ପହଞ୍ଚିବା ପରେ ସେହି ଠକ ଜଣକ ଏକ ବିଡା ଯାହା କି ସାଉଦିର ୧୦୦ ରିୟାଲ ଟଙ୍କା ଥିବାର ଏକ ବିଡା ଦେଇଥିଲା। ଯାହାକୁ ଗଣିବା ପାଇ ଚାହୁଥିବା ବେଳେ ଠକ ଏଠି ଭିଡ ଅଛି ଘରେ ଗଣିବ କହି ଟଙ୍କା ଦିଅନ୍ତୁ କହିଥିଲା । ଏନେଇ ବ୍ୟବସାୟୀ ଜଣକ ତାକୁ ୨ଲକ୍ଷ ଦେବା ପରେ ସେ ସେଠାରୁ ପଳାଇଥିଲା।

ହେଲେ ବ୍ୟବସାୟୀ ସେହିଠାରେ ଟଙ୍କା ଗଣିବାକୁ ଖୋଲିବା ବେଳେ କେବଳ ଉପରେ ସାଉଦିର ଗୋଟିଏ ୧୦୦ ରିୟାଲ ଥିବା ବେଳେ ଭିତରେ କାଗଜ ବିଡା ଥିବା ଜାଣିବାକୁ ପାଇଥିଲେ। ସେ ଠକାମିର ଶିକାର ହୋଇଥିବା ଜାଣି ଏ ସମ୍ପର୍କରେ ବଡ଼ଗଡ଼ ଥାନାରେ ଜଣାଇଥିଲେ । ପୋଲିସ ତଦନ୍ତ କରି ଠକର ନମ୍ବର ଟ୍ରାକ କରିବା ବେଳେ ସେ କଲିକତାର ଲୋକ ବୋଲି ଜାଣିବାକୁ ପାଇଛି। କମିଶନରେଟ ପୋଲିସର ଏକ ସ୍ୱତନ୍ତ୍ର ଟିମ ଏଭଳି ଠକେଇ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି ।

ତେବେ ୫ ଦିନ ତଳେ ସମାନ ଢଙ୍ଗରେ ଇନଫୋ ଭ୍ୟାଲି ଥାନା ଅଞ୍ଚଳରେ ନିଜକୁ ଆର୍ମି ଅଫିସର‌ ପରିଚୟ ଦେଇ ଆର୍ମି କ୍ୟାଣ୍ଟିନର ବ୍ରାଣ୍ଡେଡ ଟିଭି କହି ନକଲି ଟିଭି ଦେଇ ଏକ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ୨୫ ହଜାରରେ ବିକିଥିଲେ‌ । ପରେ ଏକ ୫ ଜଣିଆ ଠକ ଗ୍ୟାଙ୍ଗକୁ ପୋଲିସ ଧରିଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+