ଅର୍ଚ୍ଚନା ନାଗଙ୍କୁ ଗିରଫ କଲା ଇଡି଼
ମନି ଲଣ୍ଡରିଂ ଆକ୍ଟରେ ଲେଡି଼ ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡ଼ି । ୭ ଦିନର ରିମାଣ୍ଡ ଅବଧି ଶେଷ ପରେ ଏପରି ପଦକ୍ଷେପ ନେଇଛି ଇଡ଼ି । ପୂର୍ବରୁ ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱରଙ୍କୁ ଗିରଫ କରିଥିଲା ଇଡି ।
ଭୁବନେଶ୍ୱର: ମନି ଲଣ୍ଡରିଂ ଆକ୍ଟରେ ଲେଡି଼ ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡ଼ି । ୭ ଦିନର ରିମାଣ୍ଡ ଅବଧି ଶେଷ ପରେ ଏପରି ପଦକ୍ଷେପ ନେଇଛି ଇଡ଼ି । ପୂର୍ବରୁ ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱରଙ୍କୁ ଗିରଫ କରିଥିଲା ଇଡି ।
ତେବେ ଆଜି ଭୁବନେଶ୍ୱର କୋର୍ଟରେ ହାଜର କରିବା ପରେ ଅର୍ଚ୍ଚନାଙ୍କୁ ଗିରଫ କରିଛି ଇଡି । ପିଏମଏଲଏ ଆଇନ ସେକ୍ସନ ୧୯ ବଳରେ ଅର୍ଚ୍ଚନାଙ୍କୁ ଗିରଫ କରିଛି ଇଡି । ଏହାସହ ଅର୍ଚ୍ଚନା ତଦନ୍ତରେ ସହଯୋଗ କରୁ ନଥିବା ନେଇ କୋର୍ଟଙ୍କୁ ଜଣାଇଲା ଇଡି । ଯେଉଁଥି ପାଇଁ ଆଉ ୧୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଛି ଇଡି଼ । ଖଗେଶ୍ୱରଙ୍କ ପରେ ଏହି ମାମଲାରେ ଦ୍ୱିତୀୟ ଗିରଫଦାରୀ ହୋଇଛି ।

କହିରଖୁ କି, ଗତ ୬ ତାରିଖରେ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗଙ୍କୁ ଇଡି ରିମାଣ୍ଡରେ ନେଇଥିଲା। ବେଆଇନ୍ କାରବାରକୁ ନେଇ ଇଡି ଅଫିସରେ ତାଙ୍କୁ ଘନଘନ ଜେରା କରାଯାଇଥିଲା। ହେଲେ ଅର୍ଚ୍ଚନା ମୁହଁ ଖୋଲି ନଥିଲେ। ଆଜି ଶେଷ ଦିନରେ ତାଙ୍କୁ ଗିରଫ କରି ଭୁବନେଶ୍ୱର କୋର୍ଟରେ ହାଜର କରାଯାଇଥିଲା। ପରେ ତାଙ୍କୁ ଆଉ ୭ ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଥିଲା।
ଅନ୍ୟପଟେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଭୁବନେଶ୍ୱର କୋର୍ଟରେ ହାଜର ହୋଇଛନ୍ତି । ଜଗବନ୍ଧୁଙ୍କୁ ରିମାଣ୍ଡ ପାଇଁ ଆବେଦନ କରିପାରେ ଇଡି । ଜଗବନ୍ଧୁଙ୍କ ପାଇଁ ଅଧିକ ଦିନ ରିମାଣ୍ଡ ମାଗିପାରେ ଇଡି । ଜଗବନ୍ଧୁଙ୍କୁ ୧୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିବ ଇଡି । ଆଉ ରିମାଣ୍ଡ ମିଳିବା ପରେ ଜଗବନ୍ଧୁଙ୍କୁ ପଚରା ଉଚରା କରିବାକୁ ଇଡି ଅଫିସକୁ ନେବେ ଅଧିକାରୀ ।












Click it and Unblock the Notifications